ପୁଲୱାମା ଆକ୍ରମଣକୁ ୨ ବର୍ଷ
ନୂଆଦିଲ୍ଲୀ (ଟୁଡେ ଓଡିଶା ବ୍ୟୁରୋ) : ପୁଲ୍ଓ୍ଵାମା ଆକ୍ରମଣ ଘଟଣାର ଦ୍ୱିତୀୟ ବାର୍ଷିକୀ ଅବସରରେ ସହିଦ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳର (ସିଆର୍ପିଏଫ୍) ଯବାନମାନଙ୍କ ଉଦ୍ଦେଶ୍ୟରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ମନ୍ତ୍ରୀ ଓ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ, ଯବାନମାନଙ୍କ ପରିବାରବର୍ଗଙ୍କୁ ସରକାର ସହାୟ ହେଉଛନ୍ତି। ୨୦୧୯ ପୁଲ୍ଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ଆତ୍ମବଳି ଦେଇଥିବା ସାହସୀ ‘ସିଆର୍ପିଏଫ୍’ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଜାତି ପ୍ରତି ସେମାନଙ୍କ ସେବାକୁ ଭାରତ କଦାପି ବିସ୍ମରଣ କରିବ ନାହିଁ। ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ଆମେ ସହାୟତା ଯୋଗାଇ ଦେଉଛୁ।