ରାଜ୍ୟ ତଥା ଦେଶ ପାଇଁ ଆଜି ବଡ଼ ଲଜ୍ୟାର କଥା, ୩ ବିଜେପି ବିଧାୟକ ନିଲମ୍ବିତ

ଭୁବନେଶ୍ୱର (ଟୁଡେ ଓଡିଶା ବ୍ୟୁରୋ) : ଆଜି ମଧ୍ୟାହ୍ନରେ ଗୃହରେ ସଂଶୋଧିତ ଲୋକାୟୁକ୍ତ ବିଲ୍ ପାରିତ ପରେ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରକୁ ଇୟର ଫୋନ୍, ଡଷ୍ଟବିନ୍ ସହ ଚପଲ ଫିଙ୍ଗିଥିଲେ । ଯାହାକୁ ନିନ୍ଦା କରିଥିଲେ ସମସ୍ତେ । ଅପରାହ୍ଣ ଅଧିବେଶନରେ ବାଚସ୍ପତି ଭିଡିଓ କ୍ଲିପିଂ ଅନୁଧ୍ୟାନ କରିବା ପରେ ୩ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିବା ସହ ଗୃହ ଛାଡ଼ି ଚାଲିଯିବାକୁ ରୁଲିଂ ଦେଇଛନ୍ତି । ବିଜେପିର ୩ ବିଧାୟକଙ୍କୁ ସସପେଣ୍ଡ କରାଯିବା ପରେ ସମସ୍ତ ବିଜେପି ବିଧାୟକ କକ୍ଷ ତ୍ୟାଗ କରି ଚାଲି ଯାଇଛନ୍ତି । ନିଲମ୍ବିତ କରିବା ଲାଗି ପ୍ରମିଳା ମଲ୍ଲିକ ଗୃହରେ ପ୍ରସ୍ତାବ ଆଣିଥିଲେ । ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ ନିଲମ୍ବିତ ହେଲେ ୩ ଜଣ ବିଧାୟକ । ବିଜେପିର ତିନି ବରିଷ୍ଠ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ବିଜେପି ବିଧାୟକ ମୋହନ ମାଝି, ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀଙ୍କୁ ଚଳିତ ଅଧିବେଶନରୁ ବାଚସ୍ପତି ନିଲମ୍ବତ କରିଛନ୍ତି ।

ତେବେ ବିଧାନସଭା ଭଳି ପବିତ୍ର ଗୃହରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ପରେ ବି ବିଜେପି ବିଧାୟକ ଅନୁତପ୍ତ ନଥିଲେ । ଓଲଟା ବିଜେପି ବିଧାୟକ ବିଷ୍ଣୁ ସେଠୀ ଚପଲ ନୁହେଁ ଆଉ କିଛି କରିବା ଦରକାର ବୋଲି କହିଥିଲେ । ଗଣତନ୍ତ୍ରର ମନ୍ଦିରରେ ବିଜେପି ବିଧାୟକ ଅଶୋଭନୀୟ କାର୍ଯ୍ୟ କରିବା ପରେ ଦୁଃଖିତ ନହୋଇ ଓଲଟା ଯୁକ୍ତି କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଗୃହରୁ ବାହାରି ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବିଜେପି ବିଧାୟକ ଧାରଣା ଦେଇଛନ୍ତି । ନିଲମ୍ବିତ ବିଧାୟକ ମୋହନ ମାଝୀ କହିଛନ୍ତି- ମୁଁ ଚପଲ ଫିଙ୍ଗିନି, ହେଡଫୋନ୍ ଫିଙ୍ଗିବା କିଛି ଭୁଲ୍ ନୁହେଁ । ଅନ୍ୟପଟେ ଜୟନାରାୟଣ କହିଛନ୍ତି- ମୋତେ ମୋ ପକ୍ଷ ରଖିବାକୁ ସୁଯୋଗ ଦିଆ ନଯିବାରୁ ଡଷ୍ଟବିନ୍ ଫିଙ୍ଗିବାକୁ ବାଧ୍ୟ ହୋଇଥିଲି ।

Bisal Mohanty

www.todayodisha.in (ଆପଣଙ୍କ ସ୍ୱର, ଆମ ଖବର) is a Digital Media Venture in Odisha Which Caters to the Growing need of people on the move to keep themselves updated primarily with the latest news of Odisha as well as stay informed on important national and international updates. Latest Videos and pictures are the key to put perspective to a news and we make every effort to deliver our viewers the latest videos and pictures along with the news text. www.todayodisha.in believes in the power of digital technology backed by quality content delivered by passionate and experienced professionals. Our Contact Mobile and WhatsApp : 9178-26-9168 Email : editortodayodisha@gmail.com Facebook Page : Today Odisha Twitter : @today_odisha1

Leave a Reply

Your email address will not be published. Required fields are marked *