ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ସ୍ଥାନାନ୍ତର ହୋଇପାରେ
ପୁଣେ (ଟୁଡେ ଓଡିଶା ବ୍ୟୁରୋ) : ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ସ୍ଥାନାନ୍ତର ହୋଇପାରେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ମାର୍ଚ୍ଚ ୨୮ ତାରିଖରେ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ସ୍ଥାନାନ୍ତର ହୋଇପାରେ। ଏହି ମ୍ୟାଚ୍ ପୁଣେରେ ଖେଳାଯିବାକୁ ସୂଚୀ ରହିଛି। ହେଲେ ଭ୍ରମଣକାରୀ ଦଳର ସୁସ୍ଥ ଭ୍ରମଣକୁ ଦୃଷ୍ଟିରେ ରଖି ଏହି ମ୍ୟାଚ୍କୁ ମୁମ୍ବାଇକୁ ସ୍ଥାନାନ୍ତର କରାଯିବାକୁ ବିସିସିଆଇ ସହ ଆଲୋଚନା ଜାରି ରହିଛି।