ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କୁ ଭେଟିଲେ ଅମରିନ୍ଦର ସିଂହ

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷିୟାନ୍‌ କଂଗ୍ରେସ ନେତା ଅମରିନ୍ଦର ସିଂହ ଆଜି ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ୍‌ଙ୍କୁ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନକୁ ଯାଇ ଭେଟିଛନ୍ତି।

‘ବିଜେପି’ରେ ଯୋଗ ଦେବାର କଳ୍ପନାଜଳ୍ପନା ଚାଲିଥିବା ବେଳେ ଗତ ସନ୍ଧ୍ୟାରେ ଅମରିନ୍ଦର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନକୁ ଯାଇ ପ୍ରାୟ ଏକ ଘଣ୍ଟା ଧରି ଆଳାପ କରିଥିଲେ।

ସୂଚନାଯୋଗ୍ୟ, ପଞ୍ଜାବ ୟୁନିଟ୍‌ରେ ବିଶୃଙ୍ଖଳାର ସମ୍ମୁଖୀନ ହୋଇଥିବା କଂଗ୍ରେସ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର୍‌ ସିଂହଙ୍କ ସହ ଯୋଗାଯୋଗ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଅମରିନ୍ଦର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ବରିଷ୍ଠ କଂଗ୍ରେସ ନେତା ଅମ୍ବିକା ସୋନି ଏବଂ କମଲ ନାଥ ତାଙ୍କୁ ଶାନ୍ତ କରାଇବାକୁ ଉଦ୍ୟମ କରୁଛନ୍ତି।

ପ୍ରାପ୍ତ ସଦ୍ୟତମ ସୂଚନା ଅନୁସାରେ, ତେଣେ ନିକଟ ଅତୀତରେ କଂଗ୍ରେସରୁ ଇସ୍ତଫା ଦେଇଥିବା ପଞ୍ଜାବ ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂହ ସିଦ୍ଧୁ ଆଜି ଅପରାହ୍ଣ ୩ଟାରେ ମୁଖ୍ୟମନ୍ତ୍ରୀ ଚରଣଜୀତ୍‌ ସିଂହ ଚନ୍ନୀଙ୍କୁ ଭେଟିବେ। ତାଙ୍କୁ ଭେଟିବା ଲାଗି ସିଦ୍ଧୁ ଅପରାହ୍ଣ ୩ଟା ବେଳେ ଚଣ୍ଡୀଗଡ଼ସ୍ଥିତ ପଞ୍ଜାବ ଭବନରେ ପହଞ୍ଚିବେ।

ଏହା ବ୍ୟତିରେକେ, କଂଗ୍ରେସ ନେତା ମହମ୍ମଦ୍‌ ମୁସ୍‌ତଫା ମଧ୍ୟ କହିଛନ୍ତି ଯେ, ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନ ହେବ। ସିଦ୍ଧୁ ପଞ୍ଜାବ ପ୍ରଦେଶ କଂଗ୍ରେସର ମୁଖ୍ୟ ଭାବେ ଦାୟିତ୍ବ ନିର୍ବାହ କରିବେ। ବେଳେ ବେଳେ ସେ ଆବେଗ-ଚାଳିତ ହୋଇ ଏଭଳି କରନ୍ତି ବୋଲି କଂଗ୍ରେସ ନେତୃତ୍ବ ଜାଣନ୍ତି।

Mohanty

www.todayodisha.in (ଆପଣଙ୍କ ସ୍ୱର, ଆମ ଖବର) is a Digital Venture in Odisha Which Caters to the Growing need of people on the move to keep themselves updated primarily with the latest news of Odisha as well as stay informed on important national and international updates. Latest Videos and pictures are the key to put perspective to a news and we make every effort to deliver our viewers the latest videos and pictures along with the news text. www.todayodisha.in believes in the power of digital technology backed by quality content delivered by passionate and experienced professionals. Our Contact Mobile and WhatsApp : 9178-26-9168 Facebook Page : Today Odisha Twitter : @today_odisha1

Leave a Reply

Your email address will not be published. Required fields are marked *