ଏକାମ୍ର କ୍ଷେତ୍ର ପରିଦର୍ଶନ ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ରଖିଲେ ପତିକ୍ରିୟା
ଭୁବନେଶ୍ବର (ଟୁଡେ ଓଡିଶା ବ୍ୟୁରୋ) : ଏକାମ୍ର କ୍ଷେତ୍ର ପରିଦର୍ଶନ ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଲେ ନିୟମ ଭଙ୍ଗ କରି ପୁରାତନ କୀର୍ତିରାଜି ଭଙ୍ଗାଯାଇଛି। ଲିଙ୍ଗରାଜ ମନ୍ଦିର ଓ ଏହାର ଚତୁଃପାର୍ଶ୍ବରେ ଥିବା ପ୍ରାଚୀନ ମନ୍ଦିର ଓ ଅନ୍ୟ କୀର୍ତିରାଜି ବୁଲି ଦେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ରାଜ୍ୟ ସରକାର କିପରି ନିଷିଦ୍ଧାଞ୍ଚଳ ନିୟମ ଭଙ୍ଗ କରି ପୁରାତନ କୀର୍ତିରାଜିଗୁଡିକର କ୍ଷତି କରିଛନ୍ତି, ତାହା ଗୋଟି ଗୋଟି କରି ସାଂସଦଙ୍କୁ ବୁଲି ଦେଖାଇଛନ୍ତି ଏଏସଆଇ ନିର୍ଦ୍ଦେଶକ। ଏହି ଅବସରରେ ଅପରାଜିତା ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି କାର୍ଯ୍ୟକଳାପ କେବଳ ନୀତି ନିୟମ ଭାଙ୍ଗି କରାଯାଇଛି, ତାହା ନୁହେଁ ବରଂ ଓଡ଼ିଶାର ପୁରାତନ କୀର୍ତିରାଜି ଏବଂ ସଂସ୍କୃତିକୁ କୁଠାରଘାତ କରାଯାଇଛି, ଯାହା ଅତ୍ୟନ୍ତ କଷ୍ଟଦାୟକ।