ରାଜ୍ୟ ସରକାରଙ୍କ ଘରୋଇ ସ୍କୁଲ୍ ଫି ଛାଡ କରିବା ନିଷ୍ପତିକୁ ସ୍ବାଗତ ଜଣାଇଲା ଛାତ୍ର ବିଜେଡ଼ି
ଭୁବନେଶ୍ୱର (ଟୁଡେ ଓଡିଶା ବ୍ୟୁରୋ) : କରୋନା ଯୋଗୁଁ ଦୀର୍ଘ ୯ ମାସ ଧରି ସ୍କୁଲ ବନ୍ଦ ଥିବାରୁ ଫି ଛାଡ କରିବାକୁ ନେଇ ବାଦ ବିବାଦ ଦେଖାଦେଇଥିଲା ଏହି ଘଟଣା ରେ ପୂର୍ଣ୍ଣଛେଦ ପକାଇ ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ ପକ୍ଷରୁ ଘରୋଇ ସ୍କୁଲ ଫି ଛାଡ କରିବା ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ କୁ ସ୍ଵାଗତ ଜଣାଇଛି ବିଜୁ ଛାତ୍ର ଜନତା ଦଳ । ଏହା ସହ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ଏହି ପଦକ୍ଷେପ ନିଶ୍ଚିତ ଭାବେ ଅଭିଭାବକ ମାନଙ୍କୁ ସହାୟକ ହେବ ସହ ଅଭିଭାବକମାନଙ୍କୁ ଆଶ୍ୱସ୍ତି ପହଞ୍ଚାଇବା। ଏଣୁ ରାଜ୍ୟ ସରକାରଙ୍କ ଏହି ସମୟାଚିତ ପଦକ୍ଷେପ କୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ଵାଗତ ଜଣାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଓ କୃତଜ୍ଞତା ଜ୍ଞାପନ କରୁଛୁ।