ସିଲ୍ ହେବ ଭୁବନେଶ୍ୱର ସ୍ଥିତ ଏସ୍ବିଆଇ ମୁଖ୍ୟାଳୟ
ଭୁବନେଶ୍ୱର (ଟୁଡେ ଓଡିଶା ବ୍ୟୁରୋ) : ଏସ୍ବିଆଇ ଶାଖାରୁ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ବିଏମ୍ସି । ଦୁଇ ଦିନ ପାଇଁ ମୁଖ୍ୟାଳୟକୁ ସିଲ୍ କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଭୁବନେଶ୍ୱର ରେଳଷ୍ଟେସନରୁ ପ୍ରଥମ ଥର ପାଇଁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉଭୟ ସଂକ୍ରମିତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରୀ ଉପରେ ଚାଲିଛି ତନାଘନା ।