ଏପ୍ରିଲ ୮ରେ କ୍ରିକେଟର ଶ୍ରେୟସ ଆୟରଙ୍କ ସର୍ଜରୀ
ନୂଆଦିଲ୍ଲୀ (ଟୁଡେ ଓଡିଶା ବ୍ୟୁରୋ) : କାନ୍ଧରେ ଆଘାତ କାରଣରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ ଖେଳିନଥିଲେ ଶ୍ରେୟସ ଆୟର। ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲରୁ ମଧ୍ୟ ଶ୍ରେୟସ ଆୟର ବାଦ ପଡିଛନ୍ତି। ମାର୍ଚ୍ଚ ୨୩ ତାରିଖରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆହତ ହୋଇଥିଲେ। ଜୋନି ବୟାରିଷ୍ଟୋଙ୍କ ଏକ ସଟ୍କୁ ଡ୍ରାଇଭ ମାରି ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଆୟରଙ୍କ କାନ୍ଧରେ ଗଭୀର ଆଘାତ ଲାଗିଥିଲା ଏବଂ ତାଙ୍କୁ ପଡିଆ ବାହାରକୁ ଯିବାକୁ ପଡିଥିଲା। ସର୍ଜରୀ ପରେ ଶ୍ରେୟସ ଆୟର ପ୍ରାୟ ୪ ମାସ ଯାଏଁ କ୍ରିକେଟ୍ ଠାରୁ ଦୂରରେ ରହିବେ। ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ବ ତୁଲାଉଥିବା ଆୟରଙ୍କ ବଦଳରେ ଏଥର ଦଳର ନେତୃତ୍ବ ନେବେ ଋଷଭ ପନ୍ତ। ତେବେ କାନ୍ଧରେ ଆଘାତ ଲାଗିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କର ଆସନ୍ତା ଏପ୍ରିଲ ତାରିଖରେ ସର୍ଜରୀ ହେବା ନେଇ ସୂଚନା ମିଳିଛି।