ଦିଗପହଣ୍ଡି ପୋଲିସକୁ ସଫଳତା
ଗଞ୍ଜାମ/ସାନଖେମୁଣ୍ଡି (ଟୁଡେ ଓଡିଶା ବ୍ୟୁରୋ) : ଦିଗପହଣ୍ଡି-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମୌଳାଭଣଜା ବ୍ରିଜ ନିକଟରୁ ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ ଏବଂ ଟିମ୍ ଏକ ଗଞ୍ଜେଇ ବୋଝେଇ କାରକୁ ଜବତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଇ.ଆଇ.ସି ମଙ୍ଗଳବାର ଭୋର ପ୍ରାୟ ୫ ଟା ସମୟରେ ଉକ୍ତ ଗଞ୍ଜେଇ ବୋଝେଇ କାରକୁ ପିଛା କରି ଫିଲ୍ମ୍ ଷ୍ଟାଇଲରେ ଧରିଥିଲେ । ରାତ୍ରି କାଳୀନ ପାଟ୍ରୋ ଲିଂ ସାରି ପୋଲିସ ଟିମ୍ ଥାନାକୁ ଫେରୁଥିବା ବେଳେ ଗଞ୍ଜାମ ଜିଲା ପାଟପୁର ଥାନା କଂସମାରୀ ଗାଁରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତି ରେ ଯାଉଥିବା ହୁଣ୍ଡାଇ କାର୍ ନଂ.(ଓ ଡି ୦୨ ପି – ୨୬୭୨) କୁ ଅଟକାଇଥିଲେ।
କାରଟି ଅଟକିବାର ବାହାନା କରି ପୋଲିସ କାର ପାଖକୁ ଆସିବା ପୂର୍ବରୁ ପୁଣି ଥରେ ଦ୍ରୁତଗତିରେ ଚାଲିଯାଇଥିଲା। ପୋଲିସ ଗାଡିରେ ଆଇଆଇସି ଗୋଡ଼ାଇ ଗୋଡ଼ାଇ ବ୍ରିଜ ନିକଟରେ ଧରିଥିଲେ। କାର ଟିକୁ ଖାନ ତଲାସ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ଥାନା ମାମଲା ନଂ. ୮୧/୨୧ ଅନୁଯାୟୀ ଗଞ୍ଜେଇ ଚୋରା ଚାଲାଣ ମାମଲା ରେ ସମ୍ପୃକ୍ତ ଥିବା କଂସମାରୀ ଗ୍ରାମର ସୁଦର୍ଶନ ଦୋରା ଓ ପାଟପୁର ଥାନା କତାପଲ୍ଲୀ ଗ୍ରାମର ଗାଡି ଚାଳକ ତଥା କାର ମାଲିକ ରଞ୍ଜିତ ଗୌଡ଼ଙ୍କୁ ଗିରଫ କରିଛନ୍ତି।