ପ୍ରସିଦ୍ଧ ଅଭିନେତାଙ୍କ ଜନ୍ମଦିନରେ ପୂର୍ବତନ ସ୍ତ୍ରୀ ପୋଷ୍ଟ କଲେ ଭିଡିଓ

ମୁମ୍ବାଇ (ଟୁଡେ ଓଡ଼ିଶା ବ୍ୟୁରୋ) : ବଲିଉଡ ସୁପରଷ୍ଟାର ହିର୍ତିକ ରୋଶନ ୧୦ ଜାନୁୟାରୀରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ତେବେ ତାଙ୍କର ପୂର୍ବତନ ପତ୍ନୀ ସଜେନ ଖାନଙ୍କ ଜନ୍ମଦିନ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ ଭଳି ଭିଡିଓ ଶେୟାର କରିଛନ୍ତି । ତାଙ୍କୁ ପ୍ରଶଂସକଙ୍କ ଶୁଅ ଛୁଟୁଥିବା ବେଳେ ଅନେକ ବଲିଉଡ ତାରକା ମଧ୍ୟ ହିର୍ତିକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛଛି ।
ଭିଡିଓ ଶେୟାର କରି ସେ ଲେଖୁଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା । ତୁମେ ଦୁନିଆର ସର୍ବୋତ୍ତମ ବ୍ୟକ୍ତି ‘। ଏହା ସହିତ ସେ ଲେଖୁଛନ୍ତି – ‘ତୁମେ ଜୀବନର ସବୁ ଜିନିଷକୁ ସର୍ବୋତ୍ତମ ପାଇ ପାରିବ। ଶ୍ରେଷ୍ଠ ବାପା ଏବଂ ଶ୍ରେଷ୍ଠ ଦାର୍ଶନିକ ମଧ ତୁମେ । ସୁଜୈନଙ୍କ ଏହି ପୋଷ୍ଟକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି । ଏହି ଭିଡିଓରେ ହୈତିକ ତାଙ୍କ ପୁଅ ରିହାନ ଏବଂ ରିଦାନଙ୍କ ସହ ସମୟ ବିତାଉଥିବାର ନଜର ଆସିଛନ୍ତି ।