ଜାହ୍ନବୀଙ୍କ ନୂଆ ଫିଲ୍ମ ‘ରୁହି’
ମୁମ୍ବାଇ (ଟୁଡେ ଓଡିଶା ବ୍ୟୁରୋ) : ଆସନ୍ତା ମାର୍ଚ୍ଚ ୧୧ରେ ଭୂତଙ୍କ ବିବାହରେ ସାମିଲ ହେବେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର । ସେ ଏକା ନୁହେଁ ରାଜକୁମାର ରାଓ ବି ତାଙ୍କ ସହ ସାମିଲ ରହିବେ । ତେବେ ଏହା ଅସଲ ଜୀବନରେ ନୁହେଁ, ଉଭୟଙ୍କର ଆଗାମୀ ଚଳଚ୍ଚିତ୍ର ‘ରୁହି’ରେ ଉଭୟଙ୍କୁ ଭୂତଙ୍କ ବିବାହରେ ସାମିଲ ହେଉଥିବା ଦେବାକୁ ମିଳିବ । ରାଜକୁମାର ଓ ଜାହ୍ନବୀଙ୍କ ହରର କମେଡି ଫିଲ୍ମ ‘ରୁହି ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଏବେ ସାମ୍ନାକୁ ଆସିଛି ।
ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ଏହି ଚଳଚ୍ଚିତ୍ରଟି ପରଦାକୁ ଆସିବ । ଏନେଇ ଜାହ୍ନବୀ ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ଏଥିସହ ଚଳଚ୍ଚିତ୍ରର ଏକ ଟିଜକୁ ମଧ୍ୟ ରିଲିଜ୍ କରିଛନ୍ତି । ଏଥୁରେ ସେ କ୍ୟାପସନରେ ଲେଖୁଛନ୍ତି ଯେ, “ଭୂତଙ୍କ ବିବାହରେ ଆପଣଙ୍କୁ ସ୍ଵାଗତ’ । ଏହି ଚଳଚ୍ଚିତ୍ରର ନିର୍ମାଣ ଜିଓ ଷ୍ଟୁଡିଓ ଓ ଦୀନେଶ ଭିଜନଙ୍କ କମ୍ପାନୀ ମେଡକ୍ ଫିସ୍ ଓ ମୃଗଦୀପ ସିଂହ ଲାମ୍ବ କରିଛନ୍ତି । ଦୀନେଶ ଭିଜନ ପୂର୍ବରୁ ‘ସ୍ତ୍ରୀ’ ଭଳି ହରର କମେଡି ଚଳଚ୍ଚିତ୍ର ନିର୍ମାଣ କରିସାରିଛନ୍ତି । ୨୦୧୯ରେ ଏହି ଫିଲ୍ମକୁ ନେଇ ଘୋଷଣା ହୋଇଥିଲା । ଗତ ବର୍ଷ ଜୁନ ମାସରେ ଫିଲ୍ମଟି ପରଦାକୁ ଆସିଥାନ୍ତା କିନ୍ତୁ କରୋନା ମହାମାରୀ ଯୋଗୁଁ ଏଥିରେ ରୋକ ଲାଗିଥିଲା ।