ବଜାରରେ ଅନୁଚିତ ବେପାର କରୁଛନ୍ତି Google

ନୂଆଦିଲ୍ଲୀ (ଟୁଡେ ଓଡିଶା ବ୍ୟୁରୋ) : ବିଶ୍ୱର ସର୍ବ ବୃହତ୍ତ ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ ଗୁଗଲ ବଜାରରେ ତାଙ୍କ ପ୍ରତିଷ୍ଠାର ଦୂରୁପଯୋଗ କରୁଛନ୍ତି। କମ୍ପିଟେସନ କମିସନ ଅଫ ଇଣ୍ଡିଆ (ସିସିଆଇ) ଦୀର୍ଘ ତଦନ୍ତ ପରେ ଏହି ରିପୋର୍ଟ ଦେଇଛନ୍ତି। ଦୀର୍ଘ ୨ ବର୍ଷ ଧରି ସିସିଆଇ ଗୁଗଲଙ୍କ ତଦନ୍ତ କରିବା ପରେ  ରିପୋର୍ଟ ଦେଇଥିବା ବେଳେ ଏହି ଆମେରିକୀୟ ଟେକ୍ନୋଲଜି ଓ ସର୍ଚ୍ଚ ଇଞ୍ଜିନ କମ୍ପାନୀ  ବଜାର ପ୍ରତିଯୋଗୀତା ବିରୋଧୀ ଓ ନିଷିଦ୍ଧ ବାଣିଜ୍ୟ ପଦ୍ଧତୀ ଅବଲମ୍ବନ କରୁଥିବାର କହିଛନ୍ତି।

ମୋବାଇଲ ଅପରେଟିଂ ସିଷ୍ଟମ (ଓଏସ) ଓ ଏସମ୍ପର୍କିତ ବଜାରରେ ନିଜର ଆଧିପତ୍ୟର ଗୁଗଲ ଅନୁଚିତ ବ୍ୟବହାର କରୁଛନ୍ତି। ଏ ନେଇ ଅଭିଯୋଗ ପରେ ଏପ୍ରିଲ ୨୦୧୯ରେ ସିସିଆଇ ଗୁଗଲ ବିରୋଧରେ ଯାଞ୍ଚ ଆଦେଶ ଦିଆଯାଇଥିଲା। ମୋବାଇଲ ଫୋନ ଓଏସ୍ ବଜାରରେ ଗୁଗଲଙ୍କ ଏଣ୍ଡ୍ରଏଡର ପ୍ରଭୂତ୍ୱ ରହିଛି। ଏହି ବଜାରର ୯୮ ପ୍ରତିଶତ ଅଂଶ ଗୁଗଲ ନିୟନ୍ତ୍ରଣାଧୀନ। ଏଥିରେ ଅନେକ ଦେଶୀୟ ଓ ବିଦେଶୀ କମ୍ପାନୀ ଯେପରି ଆପଲ, ମାଇକ୍ରୋସଫ୍ଟ, ଆମାଜନ, ପେଟିଏମ, ଫୋନ ପେ, ମୋଜିଲା, ସାମସଙ୍ଗ, ସାଓମୀ, ଭିଭୋ, ଓପୋ ଓ କାର୍ବନ ଆଦି କମ୍ପାନୀ ଗୁଗଲଙ୍କ ଉତ୍ପାଦ ଉପଯୋଗ କରୁଛନ୍ତି। 

ସିସିଆଇ ତଦନ୍ତରେ ଗୁଗଲଙ୍କ ବିରୋଧରେ କମ୍ପିଟେସନ ଓ ଇନୋଭେସନକୁ ପ୍ରଭାବିତ କରୁଥିବା ନେଇ ଅଭିଯୋଗ ହୋଇଛି। ଯାହା କେବଳ ବଜାର ନୁହେଁ ଉପଭୋକ୍ତାଙ୍କ ଲାଗି ମଧ୍ୟ କ୍ଷତିକାରକ ବୋଲି ସିସିଆଇ କହିଛନ୍ତି। ନିଜର ପ୍ରଭୂତ୍ୱ ଜାହିର ଲାଗି ଗୁଗଲ ଏପରି କରୁଥିବା ସିସିଆଇ ତଦନ୍ତକାରୀ ଟିମ୍ ୭୫୦ ପୃଷ୍ଠାର ରିପୋର୍ଟରେ ସୂଚିତ କରିଛନ୍ତି। ଏଥିରେ ଗୁଗଲ ମୋବାଇଲ ନିର୍ମାଣ କରୁଥିବା କମ୍ପାନୀଙ୍କ ସମେତ ଆପ ପ୍ରସ୍ତୁତ କରୁଥିବା କମ୍ପାନୀଙ୍କୁ ଏକତରଫା କଣ୍ଟ୍ରାକ୍ଟ ଲାଗି ବାଧ୍ୟ କରୁଥିବା କୁହାଯାଇଛି।

ରିପୋର୍ଟରେ ଗୁଗଲଙ୍କୁ ସେକ୍ସନ ୪(୨)(ଏ)(ଆଇ), ସେକ୍ସନ ୪(୨)(ସି),ସେକ୍ସନ ୪(୨)(ଡି) ଓ ସେକ୍ସନ ୪(୨)(ଇ)ରେ ଥିବା ବ୍ୟବସ୍ଥା ଉଲ୍ଲଂଘନର ଦୋଷୀ ବୋଲି କହିଛନ୍ତି। ତଦନ୍ତକାରୀ ଟିମ୍‌ ରିପୋର୍ଟକୁ ସିସିଆଇଙ୍କୁ ପଠାଇ ଦେଇଛନ୍ତି। ବିଚାରରେ ଯଦି ଗୁଗଲ ସିସିଆଇଙ୍କ ନିକଟରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଜରିମାନା କରାଯିବା ସହ ବ୍ୟବସାୟୀକ ନୀତିନିୟମ ବଦଳାଇବା ଲାଗି କୁହାଯାଇପାରେ,। ତେବେ କେବଳ ଭାରତରେ ନୁହେଁ ଆମେରିକା, ୟୁରୋପ, ଜର୍ମାନ ଓ ଜାପାନ ଆଦି ଦେଶରେ ମଧ୍ୟ ଗୁଗଲ ସମାନ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି।

Mohanty

www.todayodisha.in (ଆପଣଙ୍କ ସ୍ୱର, ଆମ ଖବର) is a Digital Venture in Odisha Which Caters to the Growing need of people on the move to keep themselves updated primarily with the latest news of Odisha as well as stay informed on important national and international updates. Latest Videos and pictures are the key to put perspective to a news and we make every effort to deliver our viewers the latest videos and pictures along with the news text. www.todayodisha.in believes in the power of digital technology backed by quality content delivered by passionate and experienced professionals. Our Contact Mobile and WhatsApp : 9178-26-9168 Facebook Page : Today Odisha Twitter : @today_odisha1

Leave a Reply

Your email address will not be published. Required fields are marked *