ମାତ୍ର ୧୯ ବର୍ଷ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କରିଥିଲେ ଡେବ୍ୟୁ
ମୁମ୍ବାଇ (ଟୁଡେ ଓଡିଶା ବ୍ୟୁରୋ) : ସାଉଥ୍ ଅଭିନେତ୍ରୀ ରଶ୍ମିକା ମଣ୍ଡନା ଆଜି ତାଙ୍କର ୨୫ତମ ଜନ୍ମ ଦିନ ପାଳନ କରୁଛନ୍ତି । ଖୁବ୍ କମ୍ ବୟସରେ ରଶ୍ମିକା ସାଉଥ୍ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କ ଅଭିନୟ ବ୍ୟତୀତ ଫ୍ୟାନ୍ସମାନେ ତାଙ୍କ ସୁନ୍ଦରତାରେ ମଧ୍ୟ ଦିୱାନା, ସେଥିପାଇଁ ଅଭିନେତ୍ରୀଙ୍କୁ ‘ନ୍ୟାସନାଲ କ୍ରସ୍’ ମଧ୍ୟ କୁହାଯାଏ ।
ଏହା ପରେ ରଶ୍ମିକାଙ୍କୁ କନ୍ନଡ ସିନେମା ସୁପରଷ୍ଟାର ପୁନିତ ରାଜକୁମାର ଙ୍କ ସହ ୨୦୧୭ରେ ଫିଲ୍ମ ‘ଅଞ୍ଜନୀ ପୁତ୍ର’ରେ କାମ କରିବାକୁ ସୁଯୋଗ ମିଳିଥିଲା । ଏହି ଫିଲ୍ମଟି ବେଶ ଲୋକପ୍ରିୟତା ହାସଲ କରିଥିଲା । ସେହି ବର୍ଷ ୨୦୧୮ ରେ, ରଶ୍ମିକା ତେଲୁଗୁ ଫିଲ୍ମ ‘ଚଲୋ’ ରେ ତେଲୁଗୁ ସିନେମାରେ ଡେବ୍ୟୁ କରିଥିଲେ । ସେହି ବର୍ଷ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କ ଫିଲ୍ମ ‘ଗୀତା ଗୋବିନ୍ଦମ୍’ ମଧ୍ୟ ରିଲିଜ୍ ହୋଇଥିଲା । ଯାହା ସୁପରହିଟ୍ ହୋଇଥିଲା । ଏହି ଫିଲ୍ମ ପାଇଁ ଅଭିନେତ୍ରୀଙ୍କୁ ୨୦୧୯ ରେ ବେଷ୍ଟ ଆକ୍ଟ୍ରେସ୍ କ୍ରିଟିକର ଫିଲ୍ମଫେୟାର ଆୱାର୍ଡ ପ୍ରଦାନ କରାଯାଇଥିଲା ।
ରଶ୍ମିକାଙ୍କ ଜନ୍ମ କର୍ଣ୍ଣାଟକର ବିରାଜପେଟରେ ହୋଇଥିଲା । ସେ ଜଣେ ମଧ୍ୟବିତ୍ତ ପରିବାରର। ରଶ୍ମିକା ସାଇକୋଲୋଜି, ଜର୍ନାଲିଜିମ୍ ଏବଂ ଇଂଲିଶ୍ ଲିଟରେଚରରେ ଗ୍ରାଜୁଏସନ୍ କରିଛନ୍ତି । କଲେଜ ଦିନରୁ ସେ ମଡେଲିଂ ଆରମ୍ଭ କରିଥିଲେ । ୨୦୧୫ ରେ ରଶ୍ମିକା ମଧ୍ୟ ବେଙ୍ଗାଲୁରୁରେ ଏକ ଟ୍ୟାଲେଣ୍ଟ ହଣ୍ଟ ଜିତିଥିଲେ । ଏହି ସମୟରେ ନିର୍ଦ୍ଦେଶକ ରିଷଭ ଶେଟ୍ଟୀ ତାଙ୍କୁ ଦେଖିଥିଲେ । ମାତ୍ର ୧୯ ବର୍ଷ ବୟସରେ, ରଶ୍ମିକା ମଣ୍ଡନା ୨୦୧୬ ରେ କନ୍ନଡ ଫିଲ୍ମ ‘କିରିକ୍ ପାର୍ଟି’ ରେ ନିଜର ଆକ୍ଟିଙ୍ଗ୍ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ଅଭିନେତ୍ରୀଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା ଏବଂ ଏହି ଫିଲ୍ମରୁ ଅଭିନେତ୍ରୀ ଇଣ୍ଡଷ୍ଟ୍ରିରେ ତାଙ୍କର ପରିଚୟ ସୁଷ୍ଟି କରିପାରିଥିଲେ ।