ସର୍ବଭାରତୀୟ ଖୋର୍ଦ୍ଧା କପ ଟି-୨୦ କ୍ରିକେଟ୍ : ୟୁନିୟନ ସ୍ପୋଟିଂ କଟକ ଫାଇନାଲରେ

ଖୋର୍ଦ୍ଧା (ପ୍ରମୋଦ କୁମାର ମହାପାତ୍ର) : ସ୍ଥାନୀୟ ବିଜେବି ହାଇସ୍କୁଲ ମିନି ଷ୍ଟାଡ଼ିୟମରେ ଚାଲିଥିବା ୪ର୍ଥ ସର୍ବଭାରତୀୟ ଫ୍ରଡ଼ଲାଇଟ୍ ଖୋର୍ଦ୍ଧା କପ୍ ଟି-୨୦ କ୍ରି୍ରକେଟ୍ ଟୁର୍ନାମେଂଟର ପ୍ରଥମ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱରର ରାମେଶ୍ୱର ସ୍ପୋଟିଂକୁ ୪ ୱିକେଟରେ ପରାସ୍ତ କରି ୟୁନିୟନ ସ୍ପୋଟିଂ କଟକ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ରାମେଶ୍ୱର ସ୍ପୋଟିଂ ଟସରେ ଜିତି ବ୍ୟାଂଟି କରିବାକୁ ନିଷ୍ପତି ନେଇଥିଲେ । ୟୁନିୟନ ସ୍ପୋଟିଂର ନିଖୁଣ ବୋଲିଂ ଆଗରେ ରାମେଶ୍ୱର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ୱିକେଟ ବିନିମୟରେ ୯୮ରନ୍ କରିଥିଲେ । ଦଳ ପକ୍ଷରୁ ନିତେଶ ସାହୁ ସର୍ବାଧିକ ୩୫ରନ(୨୮ବଲ) ଓ ନରେନ୍ଦ୍ର ଦାସ ୨୧ରନ(୨୬ବଲ) କରିଥିଲେ ।

ୟୁନିୟନ ସ୍ପୋଟିଂ ଦଳ ପକ୍ଷରୁ ଆଶିଷ ରାୟ ୪ଓଭରରେ ୧୩ ଦେଇ ୨ଟି, ସର୍ବେଶ୍ୱର ମହାନ୍ତି ୪ଓଭରରେ ୧୬ରନ ଦେଇ ୨ଟି ଓ ଶେଖର ମାଝି ୪ଓଭରରେ ୨୪ରନ ଦେଇ ୨ଟି ୱିକେଟ୍ ନେଇଥିଲେ । ତେବେ ୯୯ରନର ପିଛା କରି ୟୁନିୟନ ସ୍ପୋଟିଂ ଦଳ ୧୮.୧ ଓଭରରେ ୬ଟି ୱିକେଟ ହରାଇ ଆବଶ୍ୟକ ରନ କରିନେଇଥିଲେ । ଦଳ ପକ୍ଷରୁ ଅନୁରାଗ କନୋଜିୟା ୩୧ରନ୍‌(୨୬ବଲ), ଭେଙ୍କଟେଶ ଏ,ଭାଣ୍ଡେ ୨୩ରନ(୨୩ବଲ) ଓ ଲିଲାଧର ୧୬ରନ(୧୯ବଲ) କରିଥିଲେ । ରାମେଶ୍ୱର ଦଳ ପକ୍ଷରୁ ବିଶ୍ୱଜିତ୍ ଭୁୟାଁ ୪ଓଭରରେ ୨୨ରନ ଦେଇ ୨ଟି ୱିକେଟ୍ ଓ ରାକେଶ ଶର୍ମା ୪ଓଭରରେ ୨୫ରନ ଦେଇ ୨ଟି ୱିକେଟ୍ ନେଇଥିଲେ ।

ମ୍ୟାଚର ଶ୍ରେଷ୍ଠ ଖେଳାଳୀ  ଭାବେ ୟୁନିୟନ ସ୍ପୋଟିଂ ଦଳର ଆଶିଷ ରାୟଙ୍କୁ ଆର୍ନ୍ତଜାତିକ ହକି ତାରକା ତଥା ଭାରତ ହକି ଦଳର ଅଧିନାୟକ ଦିଲ୍ଲୀପ ତିର୍କୀ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି ପରଫର୍ମର ଅପ ଦ ଡ଼େ ଭାବେ ଅନୁରାଗ କନୋଜିୟାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ମ୍ୟାଚକୁ ପ୍ରିତିରଂଜନ ବିଜୟସିଂ ଓ ସଂବିତ୍ ପଟ୍ଟନାୟକ ପରିଚାଳନା କରିଥିବା ବେଳେ, କାଜଲ ବଳିୟାରସିଂହ ମ୍ୟାଚ ରେଫରୀ ଓ ଅସିତ୍ ପରିଡ଼ା ସ୍ପୋରବୋର୍ଡ଼ ଦାୟିତ୍ୱ ତୁଲାଇଥିଲେ ।

ରେଷ୍ଟ ଡ଼େ ଥିବାରୁ ଓଡ଼ିଶା ମହିଳା କ୍ରିକେଟ୍ ଦଳର ୨ଟି ଟିମ୍ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ କରାଯିବ ଓ ଏହି ମ୍ୟ।।ଚରେ ଦୃତଧାବିକା ତଥା ଅଲମ୍ପିୟାନ ଦୁତିଚାନ୍ଦ ଅତିଥି ଭାବେ ଉପସ୍ଥିତ ରହିବେ ବୋଲି କ୍ଲବର କୋଷାଧ୍ୟକ୍ଷ ଚଣ୍ଡିପ୍ରସାଦ ଆଚାର୍ଯ୍ୟ କହିଛନ୍ତି । ଏଥିସହ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରିଥିବା ୪ଜଣ ମହିଳା କ୍ରିକେଟିୟର ରସନାରା ପରବିନ୍‌, ଶୁଶ୍ରୀ ଦିବ୍ୟଦର୍ଶିନୀ, ମଧୁସ୍ମିତା ବେହେରା ଓ ପ୍ରୀୟଙ୍କା ସାହୁଙ୍କୁ ସମ୍ମାନୀତ କରାଯିବ ।

Bisal Mohanty

www.todayodisha.in (ଆପଣଙ୍କ ସ୍ୱର, ଆମ ଖବର) is a Digital Media Venture in Odisha Which Caters to the Growing need of people on the move to keep themselves updated primarily with the latest news of Odisha as well as stay informed on important national and international updates. Latest Videos and pictures are the key to put perspective to a news and we make every effort to deliver our viewers the latest videos and pictures along with the news text. www.todayodisha.in believes in the power of digital technology backed by quality content delivered by passionate and experienced professionals. Our Contact Mobile and WhatsApp : 9178-26-9168 Email : editortodayodisha@gmail.com Facebook Page : Today Odisha Twitter : @today_odisha1

Leave a Reply

Your email address will not be published. Required fields are marked *