କୋରାପୁଟ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସୂଚନା
କୋରାପୁଟ (ମଦନ ମୋହନ ସାହୁ) : ଆଜି (୦୭.୦୪.୨୦୨୧) ବୁଧବାର ଦିନ କୋରାପୁଟ ଜିଲ୍ଲାରୁ ୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ୪ ଜଣ ମହିଳା ଥିବା ସୂଚନା ମିଳିଛି। ଜିଲ୍ଲାର ଜୟପୁର ବ୍ଲକର ବାମୁଣିଗାଁରୁ ଜଣେ ଓ ଝାଙ୍କରଗୁଡ଼ାରୁ ଜଣେ, କୋରାପୁଟ ବ୍ଲକର ନାଲକୋ ଟାଉନସିପରୁ ଜଣେ, ପଟ୍ଟାଙ୍ଗି ବ୍ଲକର ଫାଟୁସିନେରୀ ଗ୍ରାମରୁ ଜଣେ ଓ ନେରେଡିବାଲସା ଗ୍ରାମରୁ ଜଣେ, ସେହିଭଳି କୋରାପୁଟ ମୁନିଷପାଲଟିର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନିକଟସ୍ଥ ଖାରାଗୁଡ଼ାରୁ ଜଣେ, ଜୟପୁର ମୁନିଷପାଲଟିର ପ୍ରସାଦରାଓ ପେଟାରୁ ଜଣେ, ପାତ୍ର ସାହିରୁ ଜଣେ ଓ ଜୟପୁର ମେଇନ ରୋଡ଼ରୁ ଜଣେଙ୍କ ସହ ଆଜି ଜିଲ୍ଲାରେ ସମୁଦାୟ ୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନଙ୍କ ତରଫରୁ ସୂଚନା ପ୍ରଦାନ କରା ଯାଇଛି।