କୋଟିଆ ଗସ୍ତରେ ସାଂସଦ ସପ୍ତଗିରି ଉଲ୍ଲାକା
କୋରାପୁଟ (ମଦନ ମୋହନ ସାହୁ) : ଆଜି ସାଂସଦ ସପ୍ତଗିରି ଉଲ୍ଲାକା କୋଟିଆ ପଂଚାୟତର ତଳ ଗଞ୍ଜେଇପଦର, ଫାଟୁସେନେରୀ, ପାଗୁଣ ସେନେରୀ, ମାଡକାର, ଜାନିଗୁଡା, କୋଟିଆ ଓ କରଞ୍ଜଗୁଡା ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରି ଅଞ୍ଚଳର ସମସ୍ୟା ବିଷୟରେ ବୁଝିଥିଲେ। ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ବୁଲି ଦେଖିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। କୋଟିଆକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବା ପରେ ଆଜି ଦ୍ବିତୀୟ ଥର ପାଇଁ ଗସ୍ତକରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। କିପରି ପ୍ରଶାସନର ଅପହଞ୍ଚ ଯୋଗୁଁ ଏହାକୁ ଆନ୍ଧ୍ର ଟାଣି ଦେବାକୁ ଯାଉଛି ତାହା ଜାଣିବାକୁ ପାଇଥିଲେ।ସାଂସଦ କହିଛନ୍ତି ଯେ ଆଜି ଏନେଇ ବହୁ ଗାଁରେ ଆଲୋଚନ କରି ଜାଣିବାକୁ ପାଇଲି ଯେ ପ୍ରଶାସନ ଏହି ଲୋକଙ୍କ ନିକଟରର ହେଉନି। ସବୁ କ୍ଷେତ୍ରରେ ସେମାନେ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି। ସରକାରଙ୍କ ବିଭିନ୍ନ ସେବା ଯୋଗାଇ ନ ଯିବାରୁ ସେମାନେ ଆନ୍ଧ୍ର ମୁହାଁ ହେଉଛନ୍ତି।