ଏସଟିଏଫ ଓ ସୁନାବେଡା ପୋଲିସ ଦ୍ବାରା ବିପୁଳ ପରିମାଣର ନକଲି ନୋଟ ଜବତ, ଜଣେ ଗିରଫ

କୋରାପୁଟ/ସେମିଳିଗୁଡା (ମଦନ ମୋହନ ସାହୁ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବସ ଷ୍ଟାଣ୍ଡ ପାଖରୁ ଗତ କାଲି ସନ୍ଧ୍ୟାରେ ନକଲି ନୋଟ ଜବତ। ଏସଟିଏଫ ଓ ସୁନାବେଡା ପୋଲିସ ଦ୍ବାରା ନକଲି ନୋଟ ଜବତ । ଏସଟିଏଫଓ ପୋଲିସ ପକ୍ଷରୁ ଚଢ଼ାଉ କରି ୩ ଲକ୍ଷ ୨୭ ହଜାର ୬୦୦ ଟଙ୍କାର ନକଲି ନୋଟ ଜବତ କରିଛି ।
ଏଥିରେ ସମ୍ପୃକ୍ତ ଅନାମ ଖିଲ ପିତା ଘାସି ଖିଲ ନାମକ ଜଣେ ୩୩ ବର୍ଷୀୟ ଯୁବକ କୁ ଗିରଫ କରଯାଇଛି। ତା ଘର ନନ୍ଦପୁର ଥାନା ଲେକିଡିଗୁଡା ବୋଲି ପୋଲିସ କହିଛି । ତା ନିକଟରୁ ଜବତ ହୋଇଥିବା ନକଲି ନୋଟ ମଧ୍ୟରେ ୨ ହାଜର ଟଙ୍କିଆ ୯୯ ଟି, ୫ ଶହ ଟଙ୍କିଆ ୨୩୬ ଟି ,୧୦୦ ଟଙ୍କିଆ ୧୧୬ ଟି ସମେତ ଗୋଟିଏ ଜିଓ ମୋବାଇଲ ଜବତ ହୋଇଛି । ଅଭିଯୁକ୍ତ ଅନାମ ଖିଲ କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ସୁନାବେଡା ପୋଲିସ ।
