ଭରସା କରିବ କାହା ଉପରେ, ମାଲିକାଣୀ ଘରୁ ସୁନା ଚୋରି
ଭୁବନେଶ୍ବର (ଟୁଡେ ଓଡିଶା ବ୍ୟୁରୋ) : ଘର ସଫା କରିବା ବାହାନାରେ ହାତ ସଫେଇ କରୁଥିଲା ଘରକାମରେ ନିୟୋଜିତ ଚାକରାଣୀ। ମାଲିକାଣି ଘରେ ଥିବା ଅବସ୍ଥାରେ ସୁନାଗହଣା ଚୋରି କରୁଥିବା। ଏଭଳି ଘଟଣା ସାମ୍ନାକୁ ଆସିଛି ରାଜଧାନୀରେ । ଘରୁ ବିଭିନ୍ନ ପର୍ଯ୍ୟାୟରେ ସୁନା ଚେନଠୁ ଆରମ୍ଭ କରି ସୁନା ହାର, ସୁନାର କଡା ସମେତ ଗୋଲଡ଼ କଏନ ଓ ଲକେଟ ଚୋରି କରି ବ୍ୟାଙ୍କରୁ ଆଣିଥିଲା ଗୋଲଡ଼ ଲୋନ। ଏମିତି ଢ଼ଙ୍ଗରେ ମାଲିକ ଘରୁ କଳାକନା ବୁଲାଇ ଥିବା ସହାୟିକାକୁ ଗିରଫ କରିଛି ଖଣ୍ଡଗିରି ପୁଲିସ।
ଗିରଫ ହୋଇଥିବା ଚାକରାଣୀ ଜଣକ ହେଲେ ଇନ୍ଦୁ ରାଓ ତାଙ୍କ ଘର ଡୁମୁଡୁମା ରଘୁନାଥ ନଗରରେ । ଏହାସହ ତାକୁ ଏହି ଚୋରିରେ ସହଯୋଗ କରୁଥିବା ସହଯୋଗୀ ଲକ୍ଷ୍ମୀଧର ତ୍ରିପାଠୀକୁ ଗିରଫ କରିଛି ପୁଲିସ। ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରିଛି ପୁଲିସ। ତେବେ ସୁଚନା ମୂତାବକ, ଗତ ୧୯ ତାରିଖରେ ଏନେଇ ଖଣ୍ଡଗିରି ଥାନାରେ ଡୁମୁଡୁମାର ସଫ୍ଟଓ୍ବେୟାର ଇଂଞ୍ଜିନିୟର ନିବେଦିତା ଅଭିଯୋଗ କରିଥିଲେ।