ଚିତ୍ରକୋଣ୍ଡା ପୁଲିସ ଦ୍ଵାରା ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

ମାଲକାନଗିରି/ଚିତ୍ରକୋଣ୍ଡା (ଖିରୋଦ ବେହେରା) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ଦୁଇ ଦିନ ତଳେ ରାତିରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡପଦର ପଞ୍ଚାୟତ ଅନ୍ତର୍ଭୁକ୍ତ ପଳାସପଦର ଗ୍ରାମ ନିକଟରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ କିଛି ଲୋକମାନେ ଜଙ୍ଗଲ ଆଡେ ଦୌଡ଼ିବାର ଅନୁମାନ କରିଥିଲା। ଏଥିପାଇଁ ପୋଲିସକୁ ସନ୍ଦେହ ସୃଷ୍ଟି ହେବାରୁ ଲୋକେ ଦୌଡ଼ା ଆରମ୍ଭ କରିଥିବା ସ୍ଥାନରେ ପହଞ୍ଚିଥିଲା।

ଘଟଣା ସ୍ଥଳରେ ପୋଲିସ ଦେଖିଥିଲା ବିପୁଳ ପରିମାଣ ଗଞ୍ଜେଇ ସହ ଖାଲି ବସ୍ତା, ଅଠାଟେପ, ପ୍ଲାଷ୍ଟିକ ଦଉଡି ଓ ଓଜନ ମାପିବା ଯନ୍ତ୍ର ରହିଛି। ଉକ୍ତ ଗଞ୍ଜେଇ ଓ ଅନ୍ୟାନ୍ୟ ଜିନିଷ ଗୁଡିକ ଜବତ କରି ଥାନାକୁ ଆଣିଛି। ଜବତ ହୋଇଥିବା ଗଞ୍ଜେଇର ଓଜନ ୧୭ କୁଇଣ୍ଟାଲ ଓ ଏହାର ମୂଲ୍ୟ ଆନୁମାନିକ ପାଖାପାଖି ମୂଲ୍ୟ ଦେଢ଼ କୋଟିଟଙ୍କା ହେବ ବୋଲି ଆକଳନ କରାଯାଇଛି । ପଳାଶପଦର ଗ୍ରାମର ଜଙ୍ଗଲ ଓ ଅନ୍ଧାରରାତିର ସୁଯୋଗନେଇ ଆସାମୀ ମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ଏବଂ ଫେରାର ଥିବା ଆସାମୀକୁ ଖୁବ କମଦିନରେ ଧରାଯିବ ବୋଲି ସୂଚନା ଦେଇଛନ୍ତି। ଉକ୍ତ ତଥ୍ୟ କୁ ନେଇ ଚିତ୍ରକୋଣ୍ଡା ଥାନାରେ ୪୬/୨୦୨୧, U/S 20(b)(ii)(c)/25 ଏନଡିପିଏସ Act. ଅନୁଯାଇ କେସ ରୁଜୁ ହେଇଚି।

Bisal Mohanty

www.todayodisha.in (ଆପଣଙ୍କ ସ୍ୱର, ଆମ ଖବର) is a Digital Media Venture in Odisha Which Caters to the Growing need of people on the move to keep themselves updated primarily with the latest news of Odisha as well as stay informed on important national and international updates. Latest Videos and pictures are the key to put perspective to a news and we make every effort to deliver our viewers the latest videos and pictures along with the news text. www.todayodisha.in believes in the power of digital technology backed by quality content delivered by passionate and experienced professionals. Our Contact Mobile and WhatsApp : 9178-26-9168 Email : editortodayodisha@gmail.com Facebook Page : Today Odisha Twitter : @today_odisha1

Leave a Reply

Your email address will not be published. Required fields are marked *