ଆବାସ ଯୋଜନା ଅପେକ୍ଷାରେ ସହସ୍ରାଧିକ ନଗରବାସୀ
ମାଲକାନଗିରି/କୋରୁକୋଣ୍ଡା (ଦେବବ୍ରତ ବେହେରା) : ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ବିଗତ ଦିନରେ ସରକାରୀ ସର୍ବେକ୍ଷଣ ମୁତାବକ ୧୪୭୮ପରିବାର L.R.C.(Land Registration Certificate) ପ୍ରାପ୍ତି ଦିଗରେ ଯୋଗ୍ୟ ହିତାଧିକାରୀ ଭାବେ ବିବେଚିତ ହୋଇଥିଲେ ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସୁପରିଚାଳନା ନିମନ୍ତେ ଆଭା ଭଳି ଏକ ସଂସ୍ଥା ଆନୁକୂଲ୍ୟରେ ବିଭିନ୍ନ ବାଦ ବିବାଦ ଘାତ ପ୍ରତିଘାତ ମଧ୍ଯ ଦେଇ ସର୍ବେକ୍ଷଣ ସଂଗଠିତ ହୋଇଥିଲା।
କିନ୍ତୁ ଉଦବେଗ ଜନକ ବିଷୟ ଏହି କି ଯେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କହିବା ଆଧାରରେ ମୋଟ ୨୬୦ପରିବାର, ପ୍ରଥମ ପର୍ଯ୍ୟାୟରେ ୧୫୬ ଓ ଦ୍ବିତୀୟ ପର୍ଯ୍ୟାୟରେ ୧୦୪ ପରିବାର ନିମନ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରାପ୍ଯ ବୋଲି ସୁପାରିଶ କରାଯାଇଛି। ହେଲେ ଫଳାଫଳ ସ୍ବରୂପ ଅଦ୍ଯାବଧି କୌଣସି ସୁପାରିଶକୁ ମଧ୍ଯ ସ୍ବୀକାର କରାଯାଇ ଏଯାବତ ଘର ଖଣ୍ଡେ ଆସିପାରି ନାହିଁ। ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଲୋକମାନେ ଚାତକ ସଦୃଶ ଚାହିଁ ରହିଛନ୍ତି ସରକାରୀ ଯୋଜନା ଅଧୀନସ୍ଥ ପକ୍କାଘର ଖଣ୍ତିଏ। କାରଣ ଚରମ ଦାରିଦ୍ର୍ଯ ସେମାନଙ୍କୁ ଦୀର୍ଘ ଦିନ ଧରି ସେହି ସୁବିଧାରୁ ବଞ୍ଚିତ ରଖି ଆସିଛି। ଅତଏବ ଯଥାସମ୍ଭବ ବିଭାଗୀୟ ଅଧିକାରୀ ପକ୍କାଘର ବ୍ୟବସ୍ଥା ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇ ପାରିଲେ ସେମାନେ ବେଶ୍ ଉପକ୍ଋତ ହୋଇପାରନ୍ତେ ବୋଲି ବସ୍ତିବାସିନ୍ଦାମାନେ ମତ ବ୍ଯକ୍ତ କରିଛନ୍ତି।