ପରୀ ଘଟଣାରେ ମୁହଁ ଖୋଲିଲେ ମନ୍ତ୍ରୀ

ଭୁବନେଶ୍ୱର (ଟୁଡେ ଓଡ଼ିଶା ବ୍ୟୁରୋ) : ନୟାଗଡ଼ ଜିଲ୍ଲା ପରୀ ହତ୍ୟା ମାମଲାକୁ ନେଇ ଆଜି ମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ନିଜର ବିବୃତି ରଖିଛନ୍ତି । ସେ ସୂଚନା ପ୍ରଦାନ କରି କହିଛନ୍ତି ଯେ, ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି । ଏନେଇ ମୁଁ ଗଭୀର ମର୍ମାହତ । ମୁଁ ହିଂସାକୁ ବିରୋଧ କରେ । କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରୁଛି । ଯିଏ ବି ଏହି ଘଟଣାରେ ଜଡ଼ିତ ଥାଆନ୍ତୁନା କାହିଁକି କାର୍ୟ୍ୟାନୁଷ୍ଠାନ ହେଉ ।
ଏହି ମାମଲାର ଏଯାବତ ୩୪ ଜଣଙ୍କୁ ଜେରା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ସେହିପରି ୪ ଜଣଙ୍କର ପଲିଗ୍ରାଫ ଟେଷ୍ଟ ହୋଇଥିବା ଗୃହକୁ ଜଣାଇବା ସହ ନୟାଗଡ଼ ଏସଡିପିଓ ମାମଲାର ତଦାରଖ କରୁଥିବା ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ। ପରୀ ନ୍ୟାୟ ପାଉ ସତ୍ୟ ଉନ୍ମୋଚନ ହେଉ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଏଥି ସହିତ ପରୀ ମୃତୁ୍ୟ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ହେବ ବୋଲି ବୁଧବାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ସୂଚନା ଦେଇଥିଲେ ।
