୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍

ଭୁବନେଶ୍ୱର (ଟୁଡେ ଓଡିଶା ବ୍ୟୁରୋ) :  ବିଧାନସଭାରେ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ରାଜ୍ୟରେ ୧୯୯୯-୨୦୦୦ ମସିହାରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟ ବଜେଟର ଆକାର, ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ ର ୧୬ ପ୍ରତିଶତରୁ ବୃଦ୍ଧି ପାଇ ୨୬ ପ୍ରତିଶତରେ ପହଁଚିଛି। ମହାମାରୀର ପ୍ରଭାବୀ ପ୍ରାଧାନ୍ୟ ସତ୍ତ୍ବେ ୨୦୨୦-୨୧ ଆର୍ଥିକବର୍ଷରେ ରାଜ୍ୟରେ ନିଜସ୍ବ ୧୦ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆକଳନ ହୋଇଥିବା କହିଛନ୍ତି ଅର୍ଥମନ୍ତ୍ରୀ।

ଚଳିତ ବଜେଟରେ ରାଜ୍ୟ ଖଣିଜ ସମ୍ପଦ ଧାରକ ଅଞ୍ଚଳ ଉନ୍ନୟନ ନିଗମ, ଜିଲ୍ଲା ଖଣିଜ ପାଣ୍ଠି ଓ ସରକାରୀ ଉଦ୍ୟୋଦମାନଙ୍କ ଠାରୁ ୮ ହଜାର କୋଟି ଟଙ୍କାର ବଜେଟ ବର୍ହିଭୁତ ସମ୍ବଳ ବ୍ୟୟ କରାଯିବ। ଯାହା ସରକାରୀ ଖର୍ଚ୍ଚ ବୃଦ୍ଧିରେ ସହାୟକ ହେବ। ଅନ୍ୟପଟେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ପୁଞ୍ଜି ବ୍ୟୟ ବରାଦ ୨୫ ହଜାର ୭ ଶହ ୮୮ କୋଟି ଟଙ୍କା କରାଯାଇଛି।

୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରିଥିବା କହିଛନ୍ତି ଅର୍ଥମନ୍ତ୍ରୀ। ଏଥିମଧ୍ୟରୁ କୃଷି ଏବଂ କୃଷକଙ୍କ ପାଇଁ ସରକାର ଆରମ୍ଭ କରିଥିବା କାଳିଆ ଯୋଜନା ପାଇଁ ୧୮ଶହ କୋଟି ଟଙ୍କା,  ପ୍ରଶାସନିକ ବ୍ୟୟ ନିମନ୍ତେ ୮୫ ହଜାର କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି, ବିପର୍ଯ୍ୟୟ ପ୍ରଶମନ ବ୍ୟୟ ଲାଗି ୩ ହଜାର ୫୦ କୋଟି ଟଙ୍କା ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର ୯ ଶହ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଓଡ଼ିଶା ସରକାର ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅତିରିକ୍ତ ୫ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଅନ୍ୟପଟେ ରାଜ୍ୟର ପ୍ରମୁଖ ଐତିହ ସ୍ଥଳୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଯେଉଁଥିପାଇଁ ଏକାମ୍ର ଯୋଜନା ଆରମ୍ଭ କରାଯାଉଛି। ଯାହା ମଧ୍ୟରେ ରାଜଧାନୀର ଅନେକ ବୃହତ ଯୋଜନା ଅନ୍ତର୍ଭୁକ୍ତ ରହିଛି। ସେହିପରି ପୁରୀର ବିକାଶ ନିମନ୍ତେ ଅବଢା ଯୋଜନା ମାଧ୍ୟମରେ ସରକାର ୫ଶହ ୪୨ କୋଟି ଟଙ୍କା ଏବଂ ଏକାମ୍ର ଯୋଜନା ପାଇଁ ୨ ଶହ କୋଟି ଟଙ୍କା ଆକଳନ କରିଛନ୍ତି। ସମଲେଇ ଯୋଜନା ପାଇଁ ମଧ୍ୟ ୨ ଶହ କୋଟି ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ପଶୁଧନ ବିକାଶ ପାଇଁ ୩୦ କୋଟି, ନିରାମୟ ଯୋଜନା ପାଇଁ ୬ ଶହ କୋଟି, ନିଦାନ ପାଇଁ ୨ ଶହ ୨୯ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ରାଜ୍ୟ ଚିକିତ୍ସା ପାଣ୍ଠିକୁ ୧ ଶହ ୬୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ପାଇପଯୋଗେ ପାନୀୟ ଜଳ ୧୨ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିସହ ବସୁଧା୍ ଯୋଜନା ଅଧିନରେ ୨ ହଜାର ୪ ଶହ ୧୯ କୋଟି ଏବଂ ଜଳ ଯୋଗାଣ ବ୍ୟବସ୍ଥାର ପରିଚାଳନା ତଥା ରକ୍ଷଣାବେକ୍ଷଣ ନିମ୍ନତେ ୫ ଶହ ୬୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବିବୃତିରେ କହିଛନ୍ତି ଅର୍ଥମନ୍ତ୍ରୀ।

ଗଙ୍ଗାଧର ମେହେର ଶିକ୍ଷା ମାନଙ୍କ ବୃଦ୍ଧି ଯୋଜନା ପାଇଁ ୪ ଶହ ୩୦ କୋଟି ଟଙ୍କା, ଅନୁସୁଚିତ ଜନଜାତି ଛାତ୍ରୀ ନିବାସ ଏବଂ ସହରାଞ୍ଚଳ ଛାତ୍ରାବାସ ନିର୍ମାଣ ପାଇଁ ୨ ଶହ ୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେହିପରି ଛାତ୍ରବୃତ୍ତିକୁ ଡେବିଟି ମାଧ୍ୟମରେ ବ୍ୟାଙ୍କ ଖାତାରେ ଜମା କରିବା ଲାଗି ୧ ହଜାର ୨ ଶହ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ସରକାର। ଅନ୍ୟପଟେ ସତ୍ୟବାଦୀ ଠାରେ ଓଡିଆ ବିଶ୍ବବିଦ୍ୟାଳୟ ନିମନ୍ତେ ୧୦ କୋଟି ଟଙ୍କା, ମହିଳା ଶିଶୁ ବିକାଶ ପାଇଁ ୩ ହଜାର ୯ ଶହ ୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ସେହିପରି ଚଳିତ ବଜେଟରେ ରାଜ୍ୟ ଖଣିଜ ସମ୍ପଦ ଧାରକ ଅଞ୍ଚଳ ଉନ୍ନୟନ ନିଗମ, ଜିଲ୍ଲା ଖଣିଜ ପାଣ୍ଠି ଓ ସରକାରୀ ଉଦ୍ୟୋଦମାନଙ୍କ ଠାରୁ ୮ ହଜାର କୋଟି ଟଙ୍କାର ବଜେଟ ବର୍ହିଭୁତ ସମ୍ବଳ ବ୍ୟୟ କରାଯିବ। ଯାହା ସରକାରୀ ଖର୍ଚ୍ଚ ବୃଦ୍ଧିରେ ସହାୟକ ହେବ। ଅନ୍ୟପଟେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ପୁଞ୍ଜି ବ୍ୟୟ ବରାଦ ୨୫ ହଜାର ୭ ଶହ ୮୮ କୋଟି ଟଙ୍କା କରାଯାଇଛି।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩ ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। PMGSY ଅଧିନରେ ଥିବା ୪ ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ୨ ହଜାର କୋଟି, ବିମାନବନ୍ଦର ଗୁଡିକର ରାସ୍ତା ନିର୍ମାଣ ପାଇଁ ୧ଶହ କୋଟି, ରୋଳ ପ୍ରକଳ୍ପର ବିକାଶ ନିମନ୍ତେ ୩ ଶହ ୯୬ କୋଟି ଏବଂ ବ୍ଲକ ସ୍ତରୀୟ ବସ ଷ୍ଟାଣ୍ଡ ପାଇଁ ୧ ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ସହ ଆଇଟି, ସରକାରୀ ଜମିର ସୁରକ୍ଷା, ଲଘୁ ଖଣିଜ ପଦାର୍ଥ ଚୋରିକୁ ରୋକିବା ପାଇଁ ସରକାର ୨ ଶହ ୨୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ସେହିପରି ସାଗରମାଳା ଯୋଜନା ପାଇଁ ୩୪ କୋଟି ଟଙ୍କା, ଅପରାଧିକ କାର୍ଯ୍ୟର ନିୟନ୍ତ୍ରଣ, ନିବାରଣ, ଅଗ୍ନି ଜନିତ ଦୁର୍ବିପାକର ପରିଚାଳନା ଓ ନିୟନ୍ତ୍ରଣ ଇତ୍ୟାଦି ପାଇଁ ମଧ୍ୟ ୬ ହଜାର ୪ ଶହ ୨୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ।

Bisal Mohanty

www.todayodisha.in (ଆପଣଙ୍କ ସ୍ୱର, ଆମ ଖବର) is a Digital Media Venture in Odisha Which Caters to the Growing need of people on the move to keep themselves updated primarily with the latest news of Odisha as well as stay informed on important national and international updates. Latest Videos and pictures are the key to put perspective to a news and we make every effort to deliver our viewers the latest videos and pictures along with the news text. www.todayodisha.in believes in the power of digital technology backed by quality content delivered by passionate and experienced professionals. Our Contact Mobile and WhatsApp : 9178-26-9168 Email : editortodayodisha@gmail.com Facebook Page : Today Odisha Twitter : @today_odisha1

Leave a Reply

Your email address will not be published. Required fields are marked *