୭୫ ତମ ‘ମନ୍ କି ବାତ୍’
ନୂଆଦିଲ୍ଲୀ (ଟୁଡେ ଓଡିଶା ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ମାସିକ କାର୍ଯ୍ୟକ୍ରମ ମନ୍ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । କାର୍ଯ୍ୟକ୍ରମରେ ସେ ଜନତାଙ୍କୁ ହୋଲି ଶୁଭେଚ୍ଛା ଜଣାଇବା ସହ କରୋନା ଗାଇଡଲାଇନ୍ ପାଳନ ପାଇଁ ମଧ୍ୟ କହିଛନ୍ତି। ଏହାସହ କରୋନାରୁ ବର୍ତ୍ତିବା ପାଇଁ ଉଭୟ କଟକଣା, ଔଷଧ ଓ ଟିକା ଉପରେ ଜୋର୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏତତ୍ ବ୍ୟତୀତ କରୋନା କଟକଣା ମାନିବା ସହ ସମସ୍ତଙ୍କୁ ଓ୍ୱାରିଅର୍ ହେବାକୁ ପଡିବ ଓ୍ୱରିଅର ନୁହେଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ମୋଦୀ କହିଛନ୍ତି ଯେ, ଏହା ହେଉଛି ମନ୍ କି ବାତର ୭୫ ତମ ସଂସ୍କରଣ। ଜନତା ଏଥିରେ ଯୋଡି ହୋଇ ରହିଥିବାରୁ ଧନ୍ୟବାଦ। ଗତବର୍ଷ ମାର୍ଚ୍ଚରେ ଜନତା କର୍ଫ୍ୟୁ ଲାଗୁ ହୋଇଥିଲା। ଲକଡାଉନ୍ ହୋଇଥିଲା।
ଏହା ସାରା ବିଶୱ୍ ପାଇଁ ଏକ ଉଦାହରଣ ପାଲଟିଗଲା। ଆଗାମୀ ପିଢୀ ଏହାକୁ ନେଇ ନିଷ୍ପତି ଗର୍ବ କରିବେ। କରୋନା ଯୋଦ୍ଧାମାନେର ରହି ନ ଥକି କରୋନା ଭାଇରସର ମୁକାବିଲା କରିଥିଲେ। ସେ ଆହୁରି କହିଥିଲେ ଯେ, ଦେଶର ମହିଳାମାନେ ଅନେକ ଗୌରବ ହାସଲ କରିଛନ୍ତି। ଅନେକ ମେଡାଲ ଓ ରେକର୍ଡ ନିଜ ନାମରେ କରିଛନ୍ତି। ଦିଲ୍ଲୀରେ ଆୟୋଜିତ ତୀରନ୍ଦାଜରେ ଭାରତ ଶୀର୍ଷରେ ରହିଛି। ସୁନା ପଦକ ମାମଲାରେ ଭାରତ ବାଜିମାତ୍ କରିଛି। ପିଭି ସିନ୍ଧୁ ବିଡବ୍ଲୁଏଫ୍ ଓପନରେ ସୁପର ୩୦୦ ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ହାସଲ କରିଥିଲେ। ଏହାସହ ମୋଦୀ ତାମିଲ ଭାଷାକୁ ପ୍ରଶଂସା କରିଛନ୍ତି। ତାମିଲ ଶିଖି ନପାରିଥିବାରୁ ତାଙ୍କୁ ଦୁଃଖ ଲାଗିଥିବା ସେ କହିଛନ୍ତି।