ଗରିବ ଲୋକଙ୍କୁ ବସ୍ତ୍ର ବିତରଣ କଲା ଆସ୍ଵସ୍ଥି ଫାଉଡେସନ୍ ଟ୍ରଷ୍ଟ

ପୁରୀ ୨୦/୧୧/୨୦୨୧ : ପୁରୀ ସହରର ଅଗ୍ରଣୀ ଅନୁଷ୍ଠାନ ଆସ୍ଵସ୍ଥି ଫାଉଡେସନ୍ ଟ୍ରଷ୍ଟ ତରଫରୁ ବସ୍ତ୍ର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନ୍ୟପଟେ ବିତରଣ କାର୍ଯ୍ୟକ୍ରମ ବିଭିନ୍ନ ଗ୍ରାମରେ କରିଥିଲେ। ଏହି କାର୍ଯ୍ୟକ୍ରମ ଆରମ୍ଭରେ ଟ୍ରାଫିକ୍ ଥାନା ଅଧିକାରୀ ଦିଲ୍ଲୀପ କୁମାର ଧଳ ଉପସ୍ଥିତ ରହି ଫାଉଡେସନର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଏବଂ କୃତଞତା ଜଣାଇଥିଲେ। ଗ୍ରାମବାସିଙ୍କ ସହାୟତାରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ବିଭିନ୍ନ ମାନ୍ୟ ଗନ୍ଯ ବ୍ୟକ୍ତି ଉପସ୍ଥିତ ରହି ନିଜର ଶ୍ରମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଫାଉଡେସନର ସଦସ୍ୟ ମାନେ ଉପସ୍ତିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଶ୍ଵ ଶିଶୁ ଦିବସ ଅବସରରେ ଉକ୍ତ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ନାଲିହଣା ଗ୍ରାମ, ଗଡଭେଙ୍ଗୁରା ପଞ୍ଚାୟତ ଓ ଅରବ ଗ୍ରାମରେ କୁନି କୁନି ଶିଶୁ ମାନଙ୍କୁ ମିଠା ବଣ୍ଟନ କରିବା ସହିତ ଶତାଧିକ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ସଂପୂର୍ଣ୍ଣ କରିଥିଲେ। ଫାଉଡେସନର ସଭାପତି ତଥା ଆଇନଜୀବୀ ଦୀପକ୍ କୁମାର ପଣ୍ଡାଙ୍କ ନେତୃତ୍ବରେ କାର୍ଯ୍ୟକ୍ରମଟି ସୁଚାରୁ ରୁପେ ଅନୁଷ୍ଠିତ ହୋଇଯାଇଛି।

Mohanty

www.todayodisha.in (ଆପଣଙ୍କ ସ୍ୱର, ଆମ ଖବର) is a Digital Venture in Odisha Which Caters to the Growing need of people on the move to keep themselves updated primarily with the latest news of Odisha as well as stay informed on important national and international updates. Latest Videos and pictures are the key to put perspective to a news and we make every effort to deliver our viewers the latest videos and pictures along with the news text. www.todayodisha.in believes in the power of digital technology backed by quality content delivered by passionate and experienced professionals. Our Contact Mobile and WhatsApp : 9178-26-9168 Facebook Page : Today Odisha Twitter : @today_odisha1

Leave a Reply

Your email address will not be published. Required fields are marked *