RBI ମନିଟାରୀ ପଲିସି ମିଟିଂରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ (ଟୁଡେ ଓଡିଶା ବ୍ୟୁରୋ) : ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ମନିଟାରୀ ପଲିସି କମିଟିରେ ଏ ନେଇ ନିଷ୍ପତ୍ତି ହୋଇଛି । ପୂର୍ବପରି ୪ ପ୍ରତିଶତ ରେପୋ ରେଟ୍ ରହିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିଭଳି ରିଭର୍ସ ରେପୋରେଟ୍ ମଧ୍ୟ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । କରୋନା ଯୋଗୁ ସାରାବିଶ୍ୱର ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ କରୋନା ଟିକାକରଣ ଯୋଗୁଁ ଜିଡିପି ଟ୍ରାକ୍କୁ ଫେରୁଛି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଗତ ଫେବୃୟରୀରେ ବସିଥିବା ଦ୍ୱିମାସିକ ମନିଟାରୀ ପଲିସି କମିଟି ବୈଠକରେ ରେପୋରେଟ୍ ଅପରବର୍ତ୍ତିତ ରଖିଥିଲେ ।