ବିଗ ବସ୍-୧୪’ର ବିଜେତା ରୁବିନା
ମୁମ୍ବାଇ (ଟୁଡେ ଓଡିଶା ବ୍ୟୁରୋ) : ରୁବିନା ଦିଲେକ ଛୋଟ ପରଦାର ଚର୍ଚ୍ଚିତ ରିଅଲିଟି ସୋ’ ’ବିଗ ବସ୍-୧୪’ର ବିଜେତା ହୋଇଛନ୍ତି। ସେ ଶକ୍ତି’ ଫେମ୍ ଅଭିନେତା ରାହୁଲ ବୈଦ୍ୟଙ୍କୁ ପଛରେ ପକାଇ ଟାଇଟଲକୁ ନିଜ ନାମରେ ନାମିତ କରିଛନ୍ତି। ତେବେ ବୈଦ୍ୟ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି।

ଫ୍ୟାନମାନଙ୍କ ଲାଇଭ ଭୋଟିଂ ପରେ ହୋଷ୍ଟ ସଲମାନ ଖାନ୍ ରବିବାର ରାତିରେ ଏହି ଘୋଷଣା କରିଛନ୍ତି। ରୁବିନା ବିଗ ବସ୍ ଟ୍ରଫି ଏବଂ ୩୬ ଲକ୍ଷ ଟଙ୍କା ନେଇ ଘରକୁ ଫେରିବେ। ଏହି ଅବସରରେ ରୁବିନାକ ପତି ତଥା ଗୃହର ପୂର୍ବତନ ସଦସ୍ୟ ଅଭିନବ ଶୁକ୍ଲା ମଧ୍ୟ ଉପସ୍ଥିତ ଥିଲେ।