ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରୁଷୀୟ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ (ଟୁଡେ ଓଡିଶା ବ୍ୟୁରୋ) : ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍ ଆଜି ଦୁଇଦିନିଆ ଭାରତଗସ୍ତ ଆରମ୍ଭ କରିବେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଥିବା ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ସମ୍ବନ୍ଧୀୟ ଆଲୋଚନା କରିବା ସହ ସେ ଏବର୍ଷ ହେବାକୁ ଥିବା ଭାରତ-ରୁଷ୍ ବାର୍ଷିକ ଶିଖର ବୈଠକର ପ୍ରସ୍ତୁତି ସମୀକ୍ଷା କରିବେ ବୋଲି ଭାରତର ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି।