‘ତୋର ମୋର ଯୋଡି ସୁନ୍ଦର‘ ଅର୍ଚ୍ଚିତାଙ୍କୁ ବିବାହ କରିବେ ସବ୍ୟସାଚୀ
ଭୁବନେଶ୍ବର (ଟୁଡେ ଓଡିଶା ବ୍ୟୁରୋ) : ଅର୍ଚ୍ଚିତାଙ୍କୁ ବିବାହ କରିବେ ସବ୍ୟସାଚୀ। ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରହିଟ ଯୋଡ଼ି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବିବାହ ଅନୁଷ୍ଠିତ ହୋଇଛି । ରିଲ ଲାଇଫରୁ ରିୟଲ୍ ଲାଇଫ ଯୋଡ଼ି ବନିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ସିନେ-ପରଦାରେ ଦର୍ଶକ ଏହି ଯୋଡ଼ିଙ୍କୁ ବେଶ ପସନ୍ଦ କରିଥିବା ବେଳେ ଏବେ ବାସ୍ତବ ଜୀବନର ଦମ୍ପତି ପାଲଟିଛନ୍ତି ସବ୍ୟ-ଅର୍ଚ୍ଚିତା ।
ଯଦିଓ ଉଭୟ ନିଜ ବିବାହ ସମ୍ପନ୍ନ ହୋଇଥିବା ନେଇ ସୂଚନା ଦେଇ ନ ଥିଲେ, କିନ୍ତୁ ବିବାହ ଅନୁଷ୍ଠାନର ଫଟୋ ତାହା ସୂଚନା ଦେଇଛି। ରାତି ୯ଟା ବେଳେ ନିଜ ବିବାହ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ସବ୍ୟର୍ଚ୍ଚିତା। ଏହାର ପ୍ରାୟ ୫ ଘଣ୍ଟା ପୂର୍ବେ ନିଜ ଫେସବୁକରେ ଏକ ପୋଷ୍ଟ ସେୟାର କରି ଅର୍ଚ୍ଚିତାଙ୍କ ଉଦ୍ଦେଶ୍ୟରେ ସବ୍ୟ ଲେଖିଛନ୍ତି, ‘‘ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର।’’ ପ୍ରଥମେ ସବ୍ୟର୍ଚ୍ଚିତାଙ୍କ ହଳଦୀ ପର୍ବର ଫଟୋ, ତା’ପରେ ବରକନ୍ୟା ଭାବେ ସଜେଇ ହୋଇଥିବାର ଫଟୋ ସୋସିଆଲ୍ ମିଡିଆରେ ପ୍ରକାଶ ପାଇଥିଲା। ଦୁହିଁଙ୍କ ବିବାହ ରାଜସ୍ଥାନର ଏକ ହେରିଟେଜ୍ ହୋଟେଲରେ ହେଉଥିବା ଚର୍ଚ୍ଚା ହେଉଛି।