କେଉଁ କଡ ମାଡି ଶୋଇବା ଆମପାଇଁ ଲାଭ ଦାୟକ..

(ଟୁଡେଓଡିଶା ବ୍ୟୁରୋ) : ଭୁଲ ଭାବରେ ଶୋଇବାରୁ ଅନେକସମୟ ଆମ ସ୍ୱାସ୍ଥ୍ୟସମସ୍ୟା ଦେଖା ଦେଇଥାଏ। ଆସନ୍ତୁ ଜାଣିବା କେଉଁ କଡ଼ ମାଡି ଶୋଇବା ଦ୍ୱାରା ଆମେ ଉପକୃତ ହୋଇପାରିବ।ପ୍ରତିଦିନ ଦିନ ବହୁତ ଗୁଡିଏ କାମ କରିବା ଦ୍ବାରା ଆମେ କ୍ଳାନ୍ତ ଅନୁଭବ କରି ଶୋଇପଡି ଥାଉ। ମାତ୍ର କେଉଁ କଡ଼ ମାଡି ଶୋଇବା ଉଚିତ୍ ଧ୍ୟାନ ଦେଇ ନଥାଉ। ଆମ ସ୍ୱାସ୍ଥ୍ୟ ଉପରେ ଏହା କୁପ୍ରଭାବ ପକାଇଥାଏ । ଆସନ୍ତୁ କେଉଁ କଡ଼ ମାଡି ଶୋଇବା ଦ୍ୱାରା ଶରୀରର ଲାଭ ହୋଇଥାଏ ଜାଣିବା |

– ସ୍ୱାସ୍ଥ୍ୟ ଦୃଷ୍ଟିରୁ ବାମ କଡ଼ ମାଡି ଶୋଇବା ଭଲ ହୋଇଥାଏ। ଆମ ହୃଦୟ ଉପରେ ଏହା ଅଧିକ ଚାପ ପକାଇନଥାଏ ଏବଂ ଆମେ ଉତ୍ତମ କାମ କରିବାକୁ ସକ୍ଷମ ହୋଇଥାଉ ।
–ସାଧାରଣତଃ ଲୋକମାନେ ରାତ୍ରି ସମୟରେ ଭୋଜନ ପରେ ତୁରନ୍ତ ବିଛଣାକୁ ଯାଆନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ବାମ କଡ଼ ମାଡି ଶୁଅନ୍ତି, ତେବେ ଆପଣଙ୍କର ଖାଦ୍ୟ ଧୀରେ ଧୀରେ ହଜମ ହୋଇଥାଏ ।ହଜମ ପ୍ରକ୍ରିୟା ଶରୀରର ବାମ ପାର୍ଶ୍ୱରେ ହୋଇଥାଏ ଓ ହୃଦୟ ମଧ୍ୟ ବାମ ପାର୍ଶ୍ୱରେ ରହିଥାଏ । ଶରୀରର ତାପମାତ୍ରା ମଧ୍ୟ ଠିକ୍ ରୁହେ। ଅପରପକ୍ଷେ ଯେତେବେଳେ କେହି ଡାହାଣ କଡ଼ ମାଡି ଶୋଇଥାଏ, ସେତେବେଳେ ଖାଦ୍ୟ ଅତି ଶୀଘ୍ର ହଜମ ହୋଇଯାଏ , ଏହା ଶରୀର ପାଇଁ ବହୁତ କ୍ଷତିକାରକ ଅଟେ ।
– ଶୋଇବା ବେଳେ ଉପରକୁ ମୁହଁ କରି ଶୋଇବା ଉଚିତ୍ ନୁହେଁ। କାରଣ ଏହା ଶରୀରର ନଳ ହାଡକୁ ସିଧାସଳଖ ପ୍ରଭାବିତ କରିଥାଏ ।ବାମ କଡ଼ ମାଡି ଶୋଇଲେ ନଳ ହାଡ ସିଧା ରହିଥାଏ ଏବଂ କୌଣସି ଅସୁବିଧାହୋଇନଥାଏ।
– ବହୁତ ଲୋକଙ୍କ ଅଭ୍ୟାସ ଥାଏ ପେଟ ମାଡି ଶୋଇବା ଅଭ୍ୟାସ ଥାଏ। ପେଟ ମାଡି ଶୋଇବା ଉଚିତ୍ ନୁହେଁ, ଏହା ଶରୀର ପାଇଁ ଅଧିକ କ୍ଷତିକାରକ ହୋଇଥାଏ। ପେଟରେ ଶୋଇବା ଦ୍ବାରା ପେଟ ଉପରେ ଶରୀରର ଅଧିକ ଓଜନ ପଡିଥାଏ ଏହା ଶରୀର ପାଇଁ କ୍ଷତି କାରକ।
– ଗର୍ଭବତୀ ମହିଳା ମାନେ ବାମ ପାର୍ଶ୍ୱରେ ଶୋଇବା ବହୁତ ଭଲ । ଏହା ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ ନାହିଁ । ଗୋଇଠି, ହାତ ଏବଂ ପାଦ ଫୁଲିବା ସମସ୍ୟା ହୋଇ ନ ଥାଏ।
– ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ତେବେ ବାମ କଡ ମାଡି ଶୋଇବା ଦ୍ୱାରା ବହୁତ ଆରାମ ମିଳିଥାଏ । ଖାଦ୍ୟ ସହଜରେ ହଜମ ହୁଏ ଓ ପେଟ ସଫା ହେବା ସହଜ ହୋଇଥାଏ ।
