କୁକୁଡ଼ାର ମୂଲ୍ୟ ୮୫୦ ଟଙ୍କା, କଣ ପାଇଁ ଜାଣନ୍ତୁ

(ଟୁଡେ ଓଡିଶା ବ୍ୟୁରୋ) : ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ମିଳୁଥିବା ଏକ ପ୍ରକାର କୁକୁଡ଼ା ମାଂସ (ଚିକେନ)ର ଏକ ବିଶେଷ ପ୍ରଜାତି କଡ଼କନାଥର ଖୁବ ଚାହିଦା ବୃଦ୍ଧି ପାଉଥିବା ଦେଖାଯାଇଛି। ମଧ୍ୟପ୍ରଦେଶର ଆଦିବାସୀ ବାହୁଲ ଜାବୁଆ ଜିଲାରେ ଏହି ନିଆରା କଳା ରଙ୍ଗର କୁକୁଡ଼ା ମିଳିଥାଏ। ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣଭାବେ ଶେଷ ହୋଇ ନାହିଁ। ଏବେ ମଧ୍ୟ ଏହାର ପ୍ରକୋପ ଜାରି ରହିଛି। ଏଭଳି ସମୟରେ ନିଜ ଖାଦ୍ୟ ପେୟ ପ୍ରତି ଅଧିକ ଧ୍ୟାନ ଦେବା ସହ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଉଛି।

ଏଥି ସହିତ ଏହି କୁକୁଡ଼ାର ଚର୍ମ କଳା ଏବଂ ଏହାର ମାଂସ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାସହ ଏହାର କମ ଚର୍ବି ଏବଂ ଅଧିକ ପ୍ରୋଟିନ ଯୋଗୁଁ ଏହାର ମାଂସ ହୃଦୟ, ଶ୍ୱାସକ୍ରିୟା ଏବଂ ରକ୍ତହୀନ ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଖୁବ ଲାଭଦାୟକ ବୋଲି କୁହାଯାଏ।

ଏହାର ଚାହିଦାକୁ ଦୃଷ୍ଟିରେ ରଖି ଏହି କୁକୁଡ଼ାକୁ କିଭଳି ଅଧିକ ଉତ୍ପାଦନ କରାଯିବ ଓ ଏହା ଦ୍ୱାରା କୁକୁଡ଼ା ଚାଷୀ କିଭଳି ଉପକୃତ ହେବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ଏହି କୁକୁଡ଼ାରେ ପ୍ରୋଟିନର ମାତ୍ରା ଅଧିକ ଥିବା ସହ କୋଲେଷ୍ଟେରୋଲରର ମାତ୍ରା କମ ଥାଏ। ଦିଲ୍ଲୀରେ ଏହି ପ୍ରଜାତି କୁକୁଡ଼ାର ମୂଲ୍ୟ ପ୍ରାୟ ୮୫୦ ଟଙ୍କା ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *