ଜାଣନ୍ତୁ ଵ୍ରଣର ଉପଚାର…
(ଟୁଡେ ଓଡିଶା ବ୍ୟୁରୋ) : ଶୀତଦିନେ ପ୍ରୟ ଲୋକଙ୍କ ଠାରେ ବ୍ରଣ, ଦାଗ ସମସ୍ୟା ରହିଥାଏ। ଏଥିରେ ବ୍ୟତିବ୍ୟସ୍ତ ହେବ ଉଚିତ ନୁହେଁ ଘରୋଇ ଉପଚାର କଲେ ବ୍ରଣ ସମସ୍ୟା ଦୂରହୁଏ। ଶୀତଋତୁରେ ନିଜ ଖାଦ୍ୟ ଓ ପାନୀୟ ଉପରେ ଗୁରୁତ୍ବ ଦେବା ନିହାତି ଆବଶ୍ୟକ , ଶୋଷ ନ ହେଉଥିଲେ ମଧ୍ୟ ଦିନକୁ ୯-୧୦ ଗିଲାସ ପାଣି ପିଇବାର ଅଭ୍ୟାସ ରହିବ ଶରୀର ନିମନ୍ତେ ନିହାତି ଜରୁରୀ। ଫୁଟା ପାଣି ପ୍ରତିଦିନ ପିଇବା ଦ୍ୱାରା ତ୍ବଚା ଓ କେଶର ଅନେକ ସମସ୍ୟା ଦୂର ହୋଇଥାଏ।
– କଞ୍ଚା ଖିରରେ ସକାଳ ଓ ସନ୍ଧ୍ୟାରେ ତ୍ୱଚାକୁ ଭଲରେ ପୋଛି ମଏଶ୍ଚରାଇଜର୍ ଲଗାନ୍ତୁ।
– ଘି-କୁଆଁରୀ ରସରେ ଅଳ୍ପ ମହୁ ମିଶାଇ ତ୍ୱଚାରେ ଲଗାଇ କିଛି ସମୟ ପରେ ଧୋଇ ନିଅନ୍ତୁ। ସକାଳବେଳା ଏହି ପ୍ୟାକ୍ ଲଗାନ୍ତୁ ।
– ବେସନରେ ମହୁ ଓ ଖିର ସର ମିଶାଇ ତ୍ୱଚାରେ ଲଗାନ୍ତୁ। ଶୁଖିବା ପରେ ଧୋଇ ନିଅନ୍ତୁ , ବ୍ରଣ ସମସ୍ୟାରୁ ରକ୍ଷା ପାଇବା ନିମନ୍ତେ ଏହା ଉତ୍ତମ ପ୍ୟାକ୍ ଅଟେ।