ଲିିପ୍ଷ୍ଟିକ୍ର ରହସ୍ୟ..

(ଟୁଡେଓଡିଶା ବ୍ୟୁରୋ) : ହଁ ଆପଣ ଠିକ ପଢ଼ିଛନ୍ତି ଆମେ ଆଜି ଆଲୋଚନା କରିବାକୁ ଯାଉଛେ ମହିଳା ମାନଙ୍କ ଅତି ପ୍ରିୟ ଲିିପ୍ଷ୍ଟିକ୍ ବିଷୟରେ। ଆଜି କାଲିର ସ୍ମାର୍ଟ ଯୁଗରେ ଅନଲାଇନ ସାଇଟ୍ରେ ଭଳିକିଭଳି କମ୍ପାନୀର ଭଳିକିଭଳି ରଙ୍ଗର ଲିିପ୍ଷ୍ଟିକ୍ ବହୁତ ସହଜରେ ମିଳୁଛି। ଏସବୁ ଜିନିଷ ଗୁଡିକୁ ଆରାମରେ ଆଜିକାଲିର ଯୁବତୀ ଓ ମହିଳା ଘରେ ବସି ବରାଦ୍ କରୁଛନ୍ତି। ବହୁତ ବର୍ଷ ପୂର୍ବେ ଲିିପଷ୍ଟିକ୍ର ଦର ଆବଶ୍ୟକତା ଠାରୁ ବହୁତ ମହଙ୍ଗା ଥିଲା। ଇଜିପ୍ଟର ସୁନ୍ଦରୀ କନ୍ୟା ମାନେ ଗଛ ଗୁଡିକର ପତ୍ର ଓ ଫଳକୁ ଚକଟି ଏହାର ରସକୁ ଓଠରେ ଲିପ୍ଷ୍ଟିକ୍ ଭଳି ଲଗାଉଥିଲେ। ୧୪୦୦ ଖ୍ରୀଷ୍ଟାବ୍ଦରେ ରୋମ୍, ଇଟାଲୀରେ ମହିଳା ଲିପ୍ଷ୍ଟିକ୍ ଲଗାଇବା ଆଭିଜାତ୍ୟ ପରିଚୟ ଭାବେ ଜଣାପଡିଥିଲା। ପ୍ରାଚୀନ ଭାରତୀୟ ସଭ୍ୟତାରେ ମହିଳାଙ୍କ ଗହଣରେ ଏଇ ଲିପ୍ଷ୍ଟିକ୍ର ଆଦର କିଛି କମ୍ ନଥିଲା। ପାଶ୍ଚାତ୍ୟ ଦେଶରୁ ରାଜାଘର ଓ ଜମିଦାର ଘରର ଝିଅମାନେ ଲିପ୍ଷ୍ଟିକ୍ ମଗାଉଥିଲେ। ସହଜରେ ମିଳୁନଥିବାରୁ ଲିପ୍ଷ୍ଟିକ୍ ପାଇଁ ସେମାନେ ଦେଶୀ ପ୍ରୟୋଗ କରୁଥିଲେ। ଯେପରି ଅଧିକାଂଶ ପାନ ଖାଇ ଓଠକୁ ରଙ୍ଗ କରୁଥିବାବେଳେ ଗୋଲାପ ଫୁଲକୁ ବାଟି ମଧ୍ୟ ଲିପ୍ଷ୍ଟିକ୍ ଲଗାଉଥିଲେ। ବିଗତ କିଛି ବର୍ଷ ମଧ୍ୟରେ ଲିପ୍ଷ୍ଟିକ୍ ବ୍ୟବସାୟ କୋଟିକୋଟି ଟଙ୍କାରେ ପହଞ୍ଚିଛି। ଦେଶୀ-ବିଦେଶୀ ବ୍ରାଣ୍ଡ ଅନଲାଇନ ସାଇଟ୍ରେ ମିଳିବା ସହ କର୍ମଜୀବୀ ମହିଳା ନିୟମିତ ଲିପ୍ଷ୍ଟିକ୍ ଲଗାଇବାକୁ ପସନ୍ଦ କରୁଛନ୍ତି । ଭାରତରେ ୬୧ ପ୍ରତିସଦ ମହିଳା ଲିପ୍ଷ୍ଟିକ୍ ଲଗାଉଥିବା ସହ ନିଜ ହ୍ୟାଣ୍ଡ ବ୍ୟାଗ୍ରେ ଏହା ରଖିବା ଜରୁରୀ ମନେକରୁଛନ୍ତି।
