ଆଜି ଭାରତ ପାଇଁ ସବୁଠାରୁ ବଡ ଓ ଖୁସିର ମୁହୂର୍ତ୍ତ
ନୂଆଦିଲ୍ଲୀ (ଟୁଡେ ଓଡିଶା ବ୍ୟୁରୋ) : ଆଜି ବ୍ରିସବେନର ଗାବାରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ତିନି ୱିକେଟରେ ପରାସ୍ତ କରି ବାଜି ମାରିଛି। ଭାରତର ଏଭଳି ବିଜୟ ପରେ ଋଷଭ କହିଛନ୍ତି ଯେ ଏହା ତାଙ୍କ ଜୀବନର ସବୁଠାରୁ ବଡ ଓ ଖୁସିର ମୁହୂର୍ତ୍ତ। ମୁଁ ଖୁସି ଯେ ଯେତେବେଳେ ମୁଁ ଖେଳୁ ନଥିଲି, ସେତେବେଳେ ମୋର ସପୋର୍ଟ ଷ୍ଟାଫ୍ ଏବଂ ଟିମର ସବୁ ସଦସ୍ୟ ମାନେ ସମର୍ଥନ କରିଥିଲେ।
ଏହି ମ୍ୟାଚରେ ଭାରତକୁ ଐତିହାସିକ ସଫଳତା ହାସଲ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ । ଆଉ ସେ ୧୩୮ ବଲରେ ୮୯ ରନ୍ ହାତେଇ ଅପରାଜିତ ରହିଛନ୍ତି । ୨୩ ବର୍ଷ ବୟସ୍କ ପନ୍ତ କହିଛନ୍ତି, ‘ଦଳ ପକ୍ଷରୁ ମୋତେ ସବୁବେଳେ ସମର୍ଥନ ମିଳି ଆସିଛି । ମୁଁ ପ୍ରତିଦିନ ଭାବୁଥିଲି ଯେ ମୋତେ ଭାରତ ପାଇଁ ମ୍ୟାଚ୍ ଜିତିବାକୁ ପଡିବ ଏବଂ ଯାହା ଆଜି ସମ୍ଭବ ହୋଇପାରିଛି। ଆଉ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଇତିହାସ ରଚି ଚହଲ ସୃଷ୍ଟି କରିଛି ।