ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ୍
ନୂଆଦିଲ୍ଲୀ (ଟୁଡେ ଓଡ଼ିଶା ବ୍ୟୁରୋ) : ଅଷ୍ଟ୍ରେଲିଆର ବ୍ରିସ୍ବେନ୍ ଅନ୍ତର୍ଗତ ଗ୍ୟାବାରେ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ ତଥା ଅନ୍ତିମ ଟେଷ୍ଟ୍ କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଙ୍ଗ୍ ଆରମ୍ଭ କରିଛି। ଶୁକ୍ରବାର ଅଷ୍ଟ୍ରେଲୀୟ ଅଧିନାୟକ ଟିମ୍ ପେନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାପରେ ଦଳ ପକ୍ଷରୁ ୱାର୍ନର ଓ ମାର୍କ୍ସ ହାରିସ ଇଂନିସ ଓପନ କରିଥିଲେ। ମାତ୍ର ୧୭ ରନ୍ ଭିତରେ କିନ୍ତୁ ଅଷ୍ଟ୍ରେଲିଆ ନିଜ ଦୁଇ ଓପନରଙ୍କୁ ହରାଇଥିଲା। ଏହା ଷ୍ଟିଭ୍ ସ୍ମିଥ୍ କିଛି ସମୟ ପାଇଁ ଭଲ ବ୍ୟାଟିଂ କରିଥିଲେ ବି ୱାସିଂଟନ ସୁନ୍ଦରଙ୍କ ବଲରେ ଆଉଟ୍ ହୋଇଯାଇଥିଲେ। ଭାରତ ପକ୍ଷରୁ ଦ୍ରୁତ ବୋଲର ଟି ନଟରାଜନ ସଫଳ ବୋଲର ହୋଇଥିଲେ। ୨୦ ଓଭର ବୋଲିଂ କରି ସେ ଦୁଇଟି ୱିକେଟ୍ ନେଇଥିଲେ। ତାଙ୍କ ସହ ମହମ୍ମଦ ସିରାଜ, ସାର୍ଦ୍ଦୁଲ ଠାକୁର ଓ ୱାସିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।