୩୨ ବର୍ଷ ପରେ ମୁମ୍ବାଇ ପାଇଁ ସିନିୟର ଦଳରେ ଖେଳିବାର ସୁଯୋଗ
ମୁମ୍ବାଇ (ଟୁଡେ ଓଡିଶା ବ୍ୟୁରୋ) : ଶୁକ୍ରବାର ବିକେସି ଗ୍ରାଉଣ୍ଡରେ ଖେଳାଯାଇଥିବା ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଏଲିଟ୍ ଗ୍ରୁପ-ଇ ର ହରିୟାଣା ବିପକ୍ଷ ମ୍ୟାଚରେ ଜୁନିୟର ତେନ୍ଦୁଲକର ମୁମ୍ବାଇ ପକ୍ଷରୁ ପ୍ରତିନିଧିତ୍ବ କରି ଘରୋଇ କ୍ରିକେଟ କ୍ୟାରିୟର ଆରମ୍ଭ କରିଛନ୍ତି।

କ୍ରିକେଟ କିମ୍ବଦନ୍ତୀ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଘରୋଇ କ୍ରିକେଟରେ ପଦାର୍ପଣ କରିବାର ୩୨ ବର୍ଷ ପରେ ମୁମ୍ବାଇ ପାଇଁ ସିନିୟର ଦଳରେ ଖେଳିବାର ସୁଯୋଗ ପାଇଛନ୍ତି ପୁତ୍ର ଅର୍ଜୁନ ତେନ୍ଦୁଲକର। ୨୧ ବର୍ଷ ବୟସ୍କ ଜୁନିୟର ତେନ୍ଦୁଲକର ମୁମ୍ବାଇ ପକ୍ଷରୁ ବିଭିନ୍ନ ଜୁନିୟର ଦଳ ପକ୍ଷରୁ ଖେଳିଛନ୍ତି। ୨୦୧୮ରେ ଭାରତୀୟ ୧୯ ବର୍ଷରୁ କମ୍ ଦଳର ଶ୍ରୀଲଙ୍କା ଗସ୍ତରେ ଜୁନିୟର ତେନ୍ଦୁଲକର ପ୍ରତିନିଧିତ୍ବ କରିଥିଲେ।