ଅନ୍ତିମ ଟେଷ୍ଟରୁ ବଡ ପଡିଲେ ଜଶପ୍ରୀତ୍ ବୁମରା…

ନୂଆଦିଲ୍ଲୀ (ଟୁଡେ ଓଡିଶା ବ୍ୟୁରୋ) : ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନ୍ତିମ ଟେଷ୍ଟମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଭାରତୀୟ ଟିମ୍‌କୁ ସବୁଠାରୁ ବଡ଼ ଝଟ୍‌କା ଲାଗିଛି। ଟିମ୍‌ର ଷ୍ଟାର୍‌ ବୋଲର ଜଶପ୍ରୀତ୍‌ ବୁମରା ଅନ୍ତିମ ମ୍ୟାଚରୁ ବାଦ୍‌ ପଡ଼ିଛନ୍ତି।

ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଜାଈ ଜଶପ୍ରୀତ୍‌ ବୁମରା ବ୍ୟକ୍ତିଗତ କାରଣ ଦର୍ଶାଇ ଅନ୍ତିମ ଟେଷ୍ଟ ମ୍ୟାଚ ନ ଖେଳିବାକୁ ଅନୁରୋଧ କରିଥିଲେ। ଏଥିପାଇଁ ତାଙ୍କୁ ଟିମ୍‌ରୁ ରିଲିଜ କରାଯାଇଛି ଓ ସ୍ପଷ୍ଟ କରାଯଇଛିକି ସେ ଅନ୍ତିମ ଟେଷ୍ଟ ଖେଳିବେ ନାହିଁ। ଏହା ସହିତ ଏହା ସୂଚାଯାଇଛିକି ବୁମ୍‌ରାଙ୍କ ବଦଳରେ ଅନ୍ୟ କୌଣସି ଖେଳାଳିଙ୍କୁ ଭାରତୀୟ ସ୍କ୍ବାଡ୍‌ରେ ସାମିଲ କରାଯିବ ନାହିଁ।

Leave a Reply

Your email address will not be published. Required fields are marked *