ଏଥର ରାଜ୍ୟ ବଜେଟ୍ କେଉଁ କ୍ଷେତ୍ରକୁ କେତେ ଅର୍ଥ ପ୍ରଦାନ କରାଯାଇଛି ? ଆସନ୍ତୁ ଜାଣିବା
ଭୁବନେଶ୍ୱର (ଟୁଡେ ଓଡିଶା ବ୍ୟୁରୋ) : ବିଧାନସଭାରେ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ମହାମାରୀର ପ୍ରଭାବୀ ପ୍ରାଧାନ୍ୟ ସତ୍ତ୍ବେ ୨୦୨୦-୨୧ ଆର୍ଥିକବର୍ଷରେ ରାଜ୍ୟରେ ନିଜସ୍ବ ୧୦ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆକଳନ ହୋଇଥିବା କହିଛନ୍ତି ଅର୍ଥମନ୍ତ୍ରୀ। କେଉଁ କ୍ଷେତ୍ରକୁ କେତେ ଅର୍ଥ ପ୍ରଦାନ କରାଯାଇଛି ? କେଉଁ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି ?
କୃଷି ପାଇଁ ମୋଟ ୧୭,୪୬୮ କୋଟି ଟଙ୍କା ବ୍ୟୟବରାଦ।
କାଳିଆ ଯୋଜନା ଅଧିନରେ ୫୦ ହଜାର ପର୍ଯ୍ୟନ୍ତ ଶୂନ ପ୍ରତିଶତ ସୁଧ ହାରରେ କୃଷି ଋଣ।
କାଳିଆ ଯୋଜନା ପାଇଁ ୧୮ ଶହ କୋଟି।
କୃଷି ଓ ଆନୁସଙ୍ଗିକ କ୍ଷେତ୍ର ବିକାଶ ପାଇଁ ୬୦ କୋଟି ଟଙ୍କା।
ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ବ୍ୟୟବରାଦ।
ଏକାମ୍ର କ୍ଷେତ୍ର ପାଇଁ ୨ଶହ ଓ ସମଲେଇ ପାଇଁ ୨ଶହ କୋଟି ବ୍ୟୟବରାଦ।
ରାଉରକେଲା ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟବରାଦ।
୧ ହଜାର ଉଠା ଜଳସେଚନ ପଏଣ୍ଟ ପୁନଃଉଦ୍ଧାର ପାଇଁ ୧ ଶହ ୬୦ କୋଟି ଟଙ୍କା।
ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ ପାଇଁ ୪୫୪ କୋଟି ଟଙ୍କା।
ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ।
ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ପାଇଁ ୮୬୦ କୋଟି ଟଙ୍କା।
ଜଳନିଧି ଯୋଜନା ପାଇଁ ୧୮୦ କୋଟି ଟଙ୍କା।
ଗଭୀର ନଳ କୂପ ଖନନ କାର୍ୟ୍ୟକ୍ରମ ପାଇଁ ୩୮୯ କୋଟି ଟଙ୍କା।
ଉଦ୍ୟାନ ବିକାଶ ପାଇଁ ୧୩୨ କୋଟି ଟଙ୍କା।
ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ ୧୨୦ କୋଟି ଟଙ୍କା।
ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୪୫୦ କୋଟି ଟଙ୍କା।
ମତ୍ସ୍ୟଚାଷ ପାଇଁ ନୀଳ ବିପ୍ଲବରେ ୧୬୧ କୋଟି ଟଙ୍କା।
ରାଷ୍ଟ୍ରୀୟ ପଶୁଧନ ବିକାଶ ଯୋଜନା ପାଇଁ ୧୦୨ କୋଟି।
ସମୁଦ୍ରରେ ମାଛଧରା ନିଷିଦ୍ଧ ବେଳେ ବିକଳ୍ପ ଜୀବିକା ପାଇଁ ୯ କୋଟି ଟଙ୍କା।
ବିହନ ପାଇଁ ଶହେ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି।
ଏସିବିକୁ ଏମ୍ସ ପ୍ଲସ କରିବାକୁ ୩୫୦୦ କୋଟି ବ୍ୟୟ ଯୋଜନା।
ଉନ୍ନତମାନ ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ ୩୪ କୋଟି।
ପଶୁ ଚିକିତ୍ସା ଭ୍ରାମ୍ୟମାଣ ୟୁନିଟ ପାଇଁ ୨୧ କୋଟି।
ପଶୁଧନ ସ୍ୱାସ୍ଥ୍ୟସେବା ଉନ୍ନୟନ ପାଇଁ ୧୦୦ କୋଟି।
ମତ୍ସ୍ୟ ଉତ୍ପାଦକତା ବୃଦ୍ଧି ପାଇଁ ୧୩୭ କୋଟି।
ମଧୁର ଜଳ ସଘନ ମାଛ ଚାଷ ପାଇଁ ୭୦ କୋଟି।
ମତ୍ସଚାଷୀଙ୍କ ଦକ୍ଷତା ବିକାଶ ପାଇଁ ୫ କୋଟି।
ସହରାଞ୍ଚଳରେ ଆଧୁନିକ ସ୍ୱାସ୍ଥ୍ୟକର ମତ୍ସବଜାର ନିର୍ମାଣ ପାଇଁ ୧୦୦ କୋଟି।