ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ସମ୍ପର୍କରେ ଜିଏସଟି ପରିଷଦ ବୈଠକରେ କୌଣସି ସହମତି ହୋଇପାରିନାହିଁ

ନୂଆଦିଲ୍ଲୀ (ଟୁଡେ ଓଡିଶା ବ୍ୟୁରୋ) : ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ସମ୍ପର୍କରେ ଜିଏସଟି ପରିଷଦ ବୈଠକରେ କୌଣସି ସହମତି ହୋଇପାରିନାହିଁ । ତେଲକୁ ଜିଏସଟି ପରିସରଭୁକ୍ତ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ରଖିଥିଲେ ବି ରାଜ୍ୟ ସରକାରମାନେ ଏହାକୁ ବିରୋଧ କରିଥିଲେ । ଫଳରେ ପ୍ରସ୍ତାବକୁ କାଟ୍ ଖାଇଯାଇଛି । ତେଲକୁ ଜିଏସଟି ଅଧିନକୁ ଆଣିବାର ସମୟ ଆସିନାହିଁ ବୋଲି ପରିଷଦ ବୈଠକରେ ମତ ପ୍ରକାଶ ପାଇଥିଲା । ପରିଷଦର ଏହି ନିଷ୍ପତ୍ତି ଫଳରେ ତେଲ ଦର କମିବାକୁ ଆଶା ବାନ୍ଧିଥିବା ସାଧାରଣ ଜନତା ନିରାଶ ହୋଇଛନ୍ତି ।

ଅନ୍ୟପକ୍ଷରେ ଆଜିର ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଆଉ କେତେକ ଜୀବନରକ୍ଷକ ଔଷଧ ଉପରୁ ଜିଏସଟି ହାର ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଇଦିଆଯାଇଛି  କିମ୍ବା ଛାଡ଼ କରାଯାଇଛି । ଏସବୁ ଔଷଧ ମଧ୍ୟରେ ରହିଛି ରେମଡେସଭିର (୫%) ଓ ଟୋସିଲିଜୁମାବ (୦%) । ସେହିପରି ବାୟୋ ଡିଜେଲ ଉପରେ ଜିଏସଟି ହାରକୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ସବୁ ପ୍ରକାରର ପେନ ଓ ତାହାର ଉପକରଣ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ । ବିମାନ ଆମଦାନୀ କିମ୍ବା ଭଡ଼ାରେ ଆଣିବା ଉପର ଜିଏସଟି ଛାଡ଼ କରାଯାଇଛି ।

Mohanty

www.todayodisha.in (ଆପଣଙ୍କ ସ୍ୱର, ଆମ ଖବର) is a Digital Venture in Odisha Which Caters to the Growing need of people on the move to keep themselves updated primarily with the latest news of Odisha as well as stay informed on important national and international updates. Latest Videos and pictures are the key to put perspective to a news and we make every effort to deliver our viewers the latest videos and pictures along with the news text. www.todayodisha.in believes in the power of digital technology backed by quality content delivered by passionate and experienced professionals. Our Contact Mobile and WhatsApp : 9178-26-9168 Facebook Page : Today Odisha Twitter : @today_odisha1

Leave a Reply

Your email address will not be published. Required fields are marked *