ବାପା ହେଲେ ବିରାଟ ଟୁଇଟ କରି ଲେଖିଛନ୍ତି….

ମୁମ୍ବାଇ (ଟୁଡେ ଓଡ଼ିଶା ବ୍ୟୁରୋ) : ଆଜି ବାପା ହେଲେ ବିରାଟ, ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ଅନୁଷ୍କା ଶର୍ମା। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। କରୋନା କାଳରେ ନିଜର ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି।
ଏହି ଖୁସି ଖବର ସମସ୍ତଙ୍କ ସହ ସେୟାର କରି ବିରାଟ ଟୁଇଟ କରି ଲେଖିଛନ୍ତି ଯେ, ଆଜି ଅପରାହ୍ନରେ ଆମେ ଏକ ଶିଶୁକନ୍ୟାର ମାତା-ପିତା ହୋଇଛୁ । ଏହି ଖବର ଆପଣଙ୍କ ସହ ସେୟାର କରି ମୁଁ ବହୁତ ଖୁସି। ଆପଣମାନଙ୍କ ଭଲପାଇବା ଏବଂ ପ୍ରାର୍ଥନା ପାଇଁ ଆମ ତରଫରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଅନୁଷ୍କା ଏବଂ ଝିଅ ଦୁହେଁ ସୁସ୍ଥ ଅଛନ୍ତି। ଆମେ ଆଶା କରୁଛୁ ଆପଣ ଏହି ସମୟରେ ଆମର ଗୋପନୀୟତାକୁ ସମ୍ମାନ କରିବେ।